ପେଟ୍ରୋଲ, ଡିଜେଲ ପରେ ସୁନା ହେବ ମହଙ୍ଗା ! ଜାଣନ୍ତୁ କାରଣ…
1 min readନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର । ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ସୁନା ମୂଲ୍ୟ ୧.୮ପ୍ରତିଶତ ବୃଦ୍ଧି ପାଇଁ ୧୦ ଗ୍ରାମ ପ୍ରତି ୫୩,୫୦୦ ହୋଇଛି । ଅଗଷ୍ଟ ୨୦୨୦ ରେ, ଭାରତୀୟ ବଜାରରେ ସୁନା ମୂଲ୍ୟ ୫୬,୨୦୦ ଟଙ୍କା ରେକର୍ଡରେ ପହଞ୍ଚିଥିଲା । ବୈଶିକ ବଜାରରେ ସୁନା ୧.୫% ବୃଦ୍ଧି ହୋଇ ୧,୯୯୮.୩୭ ଡଲାରରେ ପ୍ରତି ଅଂଶରେ ପହଞ୍ଚିଛି ଥିଲା, ଯାହା ୧୮ ମାସ ମଧ୍ୟରେ ସର୍ବାଧିକ ଥିଲା। ଏମିସିଏକ୍ସରେ ରୂପା ୧.୫% ବଢି ୭୦,୧୭୩ କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର କାରଣ ୟୁକ୍ରେନ ଓ ଋଷ ଯୁଦ୍ଧ ବୋଲି କୁହାଯାଉଛି ।
୧୦ ଗ୍ରାମ ପ୍ରତି ସୁନା ୬୦,୦୦୦ ଟଙ୍କା ଛୁଇଁପାରେ
ଯଦି ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୦ ଡଲାର ଅତିକ୍ରମ କରିଛି, ତେବେ ସୁନା ଦର ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ । କୁହାଯାଉଛି ଯେ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ହୁଏ, ତେବେ ସୁନା ମୂଲ୍ୟ ମଧ୍ୟ ଆହୁରି ବଢିବ । ସୁନା ଶୀଘ୍ର ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି ।
ସୁନା କାହିଁକି ମହଙ୍ଗା ହେଉଛି?
ଯୁଦ୍ଧ ମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହଙ୍ଗା ହେବାରେ ଲାଗିଛି ବିଭିନ୍ନ ଜିନିଷ । ଏହି କାରଣରୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦରଦାମକୁ ନିୟନ୍ତ୍ରଣ କରିବାକୁ ସୁଧ ହାର ବୃଦ୍ଧି କରିପାରନ୍ତି । ତେଣୁ କୁହାଯାଉଛି ଯେ, ଆରବିଆଇ ମଧ୍ୟ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ । ଏହାର ପ୍ରଭାବ ସେୟାର ମାର୍କେଟରେ ପଡ଼ିବ । ନିବେଶକମାନେ ସେମାନଙ୍କ ନିବେଶକୁ ବଞ୍ଚାଇବା ପାଇଁ ସୁନାର ସାହାରା ନେବେ । ଏଭଳି ପରିସ୍ଥିତିରେ ସୁନାର ଚାହିଦା ମଧ୍ୟ ବୃଦ୍ଧଇ ପାଇବ ଯେଉଁଥିପାଇଁ ସୁନାର ମୂଲ୍ୟ ବୃଦ୍ଧି ହେବ । ଯେତେବେଳେ ବିଶ୍ୱ ବଜାରରେ ସେୟାର ମାର୍କେଟ ଖସିବ ସେତେବେଳେ ଯୁଦ୍ଧ ହେତୁ ବିପଦକୁ ଏଡାଇବା ପାଇଁ ନିବେଶକମାନେ ସୁନାରେ ବିନିଯୋଗ କରିବେ ।