Gold Price: ଖସିବା ପରେ ପୁଣି ବଢ଼ିଲା, ୫୦ ହଜାର ଟପିଲା ସୁନା

1 min read
Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ନୂଆଦିଲ୍ଲୀ: ସୋମବାର ଖସିବା ପରେ ମଙ୍ଗଳବାର ବଢ଼ିଗଲା ସୁନା ଦର । ୧୦ ଗ୍ରାମ୍ ପିଛା ସୁନା ଦର ଆଜି ୫୦ ହଜାର ଟଙ୍କା ଟପିଛି । ମଲ୍ଟି କମୋଡିଟି ଏକ୍ସତଚେଞ୍ଜରେ ମଧ୍ୟ ସୁନା ଓ ରୂପା ଦର ବଢ଼ିଛି । MCXରେ ସୁନା ଦର ୧.୧୦% ପ୍ରତିଶତ ଅର୍ଥାତ୍ ୫୪୯ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ୫୦ ହଜାର ୨୯୭ ଟଙ୍କା ରହିଛି । ସେହିଭଳି ରୂପା ମୂଲ୍ୟ ୨.୧୧% ବୃଦ୍ଧି ଘଟିଛି । ଅର୍ଥାତ୍ ରୂପା ଦର ୧ ହଜାର ୨୭୬ ଟଙ୍କା ବୃଦ୍ଧି ପାଇ ୬୨ ହଜାର ୧୩୦ ଟଙ୍କା କେଜି ପିଛା ପହଞ୍ଚିଛି ।

Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ଦର ଉପରେ ପ୍ରଭାବ

ସୋମବାର ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଦର ପାଖାପାଖି ୫ ପ୍ରତିଶତ ଅର୍ଥାତ୍ ୨୫୦୦ ଟଙ୍କା କମିଛି । ଆମେରିକୀୟ ମେଡିସିନ୍ କମ୍ପାନୀ ଫାଇଜର କରୋନା ଭ୍ୟାକ୍ସିନ୍ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ନେଇ ଘୋଷଣା କରିବା ପରେ ସୁନା ଦର ଖସିଥିଲା । ଏହି ଖବର ପରେ ନିବେଶକ ଷ୍ଟକ୍ସରେ ଜୋରଦାର ନିବେଶ କରିଥିଲେ । କିନ୍ତୁ ମଙ୍ଗଳବାର ଆମେରିକାରେ ମଙ୍ଗଳବାର ସୁନା ଓ ରୂପା ଦର ଏକ ପ୍ରକାର ସ୍ଥିତିରେ ଥିବାବେଳେ ଭାରତରେ ଦାମ୍ ବଢ଼ିଛି ।

Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ଧନତେରସ୍ ଓ ଦୀପାବଳିରେ ଆହୁରି ବଢ଼ିବ

ଚଳିତ ସପ୍ତାହରେ ଦେଶରେ ଆଲୋକର ପର୍ବ ଦୀପାବଳି ପଡ଼ୁଛି । ଆଉ ଏହି ପର୍ବ ବେଳେ ସୁନା କିଣାବିକା ବଢ଼ିଯାଏ । ଧନତେରସ ଓ ଦୀପାବଳିରେ ଲୋକ ସୁନାରେ ବହୁତ ନିବେଶ କରନ୍ତି । ଯାହା ଫଳରେ ସୁନା ଦର ପୁଣି ବଢ଼ିବାର ସମ୍ଭାବନା ରହିଛି । ଇଣ୍ଡିଆ ବୁଲିୟନ ଜୁଏଲର୍ସ ଆସୋସିଏସନ୍ ଅଧ୍ୟକ୍ଷ କୁମାର ଜୈନଙ୍କ ମୁତାବକ- ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ୍ ପିଛା ବୃଦ୍ଧି ପାଇ ୫୫ ହଜାର ଟଙ୍କା ପହଞ୍ଚିପାରେ ।

Leave a Reply