Gold Price Today: ଦୃତ ହ୍ରାସ ପରେ ପୁଣି ବଢ଼ିଲା ସୁନା-ରୂପା ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ

From peak of Rs 56,000 in August, gold plunges to near Rs 43,000

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଗତକାଲି ତଥା ମଙ୍ଗଳବାର ଦିନ ଦୃତ ହ୍ରାସ ପରେ ଆଜି ତଥା ବୁଧବାର ସୁନା ଦାମ ପୁଣି ବୃଦ୍ଧି ପାଇଛି । ଦିଲ୍ଲୀ ସରଫା ବଜାରରେ ବୁଧବାର ସୁନାର ଦାମ ପ୍ରତି ୧୦ ଗ୍ରାମ ପିଛା ୪୫ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପାର ଦାମ ମଧ୍ୟ କିଲୋ ପ୍ରତି ୪୦୭ ଟଙ୍କା ହ୍ରାସ ପାଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ସୁନାର ଦାମର ୧୦ ଗ୍ରାମ ପିଛା ୪୮,୨୨୮ ଟଙ୍କା ଥିବାବେଲେ ରୂପାର ଦାମ କିଲୋ ପ୍ରତି ୫୮,୯୭୩ ଟଙ୍କା ଥିଲା ।  ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୧୦୪୯ ଟଙ୍କା ଏବଂ ଏକ କିଲୋ ରୂପାର ଦାମ ୧୫୮୮ଟଙ୍କା ହ୍ରାସ ପାଇଥିଲା ।

ସୁନାର ନୂଆ ଦାମ

ଦିଲ୍ଲୀ ସରଫା ବଜାରରେ ବୁଧବାର ସୁନାର ଦାମ ପ୍ରତି ୧୦ ଗ୍ରାମ ପିଛା ୪୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ଯୁକ୍ତ ସୁନାର ନୂଆ ଦାମ ଏବେ ୧୦ ଗ୍ରାମ ପିଛା ୪୮,୨୭୩ ଟଙ୍କା ରହିଛି । ଏହା ପୂର୍ବରୁ ବ୍ୟବସାୟ ଅଧିବେଶନରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୮,୨୨୮ରେ ବନ୍ଦ ହୋଇଥିଲା । ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଦାମ ବୃଦ୍ଧି ପାଇଁ ୧,୮୧୨ ଡଲାର ପ୍ରତି ଔନ୍ସ ରହିଛି ।

ରୂପାର ନୂଆ ଦାମ

ଆଜି ରୂପାର ଦାମ ହ୍ରାସ ପାଇଛି । ଦିଲ୍ଲୀ ସରଫା ବଜାରରେ ବୁଧବାର କିଲୋ ପ୍ରତି ରୂପାର ଦାମ ୪୦୭ଟଙ୍କା ହ୍ରାସ ପାଇଛି । ଏହାର ଦାମ କିଲୋ ପିଛା ୫୯,୩୮୦ ଟଙ୍କାରେ ପହଞ୍ଚିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ବୁଧବାର ରୂପାର ଦାମ ୨୩.୩୪ ଡଲାର ପ୍ରତି ଔନ୍ସ ରେ ବନ୍ଦ ହୋଇଛି ।

Leave a Reply