ସୁନା-ରୂପା ଆକାଶ ଛୁଆଁ,ଖୁବଶୀଘ୍ର ସୁନା ଦର ହେବ ୫୩ ହଜାର !

1 min read

ମୁମ୍ବାଇ:  ଗଲା ୧୧ ଦିନ ହେବ ସୁନା ଦର ବଢୁଛି । ୧୦ ଗ୍ରାମ ପିଛା ଏବେକା ଦର ୪୮ହଜାର ୩ଶହ ରହିଥିବା ବେଳେ ଖୁବ୍ ଶୀଘ୍ର ଦର ୫୩ ହଜାରରେ ପହଞ୍ଚିବାର ପୂର୍ବାନୁମାନ ହେଲାଣି । ୧୧ ଦିନ ତଳେ ଦର ୧୮୨୧ ଟଙ୍କା କମ୍ ଥିଲା । ବିଦେଶୀ ବଜାରରେ ସୁନାର ଚାହିଦା ବଢିବା ହେତୁ ଦର ବେଲଗାମ ହେବାରେ ଲାଗିଛି ।

gold price hike

ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଢୁଛି । ଜୁଲାଇ ମାସର ଚାହିଦା ଅନୁଯାୟୀ ଭାରତୀୟ ବଜାରରେ ଦର ପୂର୍ବାପେକ୍ଷା ୧.୨ ପ୍ରତିଶତ ବଢି କିଲୋ ପିଛା ୪୯ ହଜାର ୧୯୦ରେ ପହଞ୍ଚିଛି । ଅର୍ଥାତ ପୂର୍ବ ଦର ତୁଳନାରେ ରୂପା ୧୧୬୧ ଟଙ୍କା ବଢିଛି । ତେବେ ସୁନା-ରୂପାର ଦରରେ ଏଭଳି ଅହେତୁକ ମୂଲ୍ୟବୃଦ୍ଧି ପଛର କାରଣ ଦର୍ଶାଇ କେଡିଆ କମୋଡିଟିର ପ୍ରବନ୍ଧକ ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ କରୋନା ମହାମାରୀ ହେତୁ ପ୍ରାୟ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିଜ ବିତ୍ତୀୟ ବ୍ୟବସ୍ଥାକୁ କୋହଳ କରିଛି । ବଜାରର ମାନ୍ଦାବସ୍ଥା ମାରିବା ପ୍ରୟାସରେ ରେପୋ ଓ ରିଭର୍ସ ରୋପ ରେଟକୁ କମାଇ ଯାଇଛି, ମାତ୍ର ସାଧାରଣ ଲୋକଙ୍କ ପାଖରେ ଟଙ୍କା ପହଞ୍ଚିବା ଏବେ ଯାଏଁ ସ୍ୱାଭାବିକ ହେଉନି । ଫଳସ୍ୱରୂପ ଉଭୟ ନିବେଶ ବଜାର ଓ ଆର୍ଥିକ ବ୍ୟାପାର ସଂସ୍ଥାରେ(ବ୍ୟାଙ୍କ, ସ୍ମଲ୍ ଓ  ନନ୍ ଫାଇନାନ୍ସ ଗ୍ରୁପ୍ ଇତ୍ୟାଦି) ନଗଦ ଟଙ୍କା ବଦଳରେ ବସ୍ତୁଗତ ଅର୍ଥର ଚାହିଦା ବଢୁଛି । ଲୋକେ ସୁନା-ରୂପା ଖରିଦ ଉପରେ ଜୋର ଦେଉଛନ୍ତି । ବିତ୍ତୀୟ ବ୍ୟବସ୍ଥା ପ୍ରତି ସୁନା ଓ ରୂପାର ମାତ୍ରାଧିକ ଓ କ୍ରମାଗତ ମୂଲ୍ୟ ବୃଦ୍ଧି ଉଭୟ ଭଲ ଓ ଖରାପ ପ୍ରଭାବ ପକାଇପାରେ ବୋଲି ଅର୍ଥ ବିଶେଷଜ୍ଞମାନେ ମତ ରଖୁଛନ୍ତି ।

Leave a Reply