୧ ଲକ୍ଷ ଟଙ୍କା ଟପିବ ସୁନା ଦର ! କୋଭିଡ ପରେ କାହିଁକି ବଢୁଛି ସୁନା ଦର ?

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ୧ଲକ୍ଷ ଟଙ୍କା ଟପିବ ସୁନା ଦର । କୋଭିଡ-୧୯ ପରଠୁ ଲଗାତାର ସୁନା ଦର ବୃଦ୍ଧି ପାଉଛି । ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ ? ଏହାର ମୁଖ୍ୟ କାରଣ କଣ ରହିଛି ଜାଣି ରଖନ୍ତୁ।

ଜେମ୍ସ ଆଣ୍ଡ ଜୁଏଲରୀର ଅଧ୍ୟକ୍ଷ ମୟୁର ଆଡେସର ସୁନା ଏବଂ ରୁପା ଦର ବଢୁଥିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନା ମୂଲ୍ୟ ବୃଦ୍ଧି ପାଇଁ ଅନେକ ଆନ୍ତର୍ଜାତୀୟ କାରଣ ଦାୟୀ। ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା ଦ୍ୱାରା ମେକ୍ସିକୋ ଏବଂ କାନାଡା ଉପରେ ଲାଗୁ କରାଯାଇଥିବା ଶୁଳ୍କ ଏହାର ପ୍ରମୁଖ କାରଣ।

ଜେମ୍ସ ଆଣ୍ଡ ଜୁଏଲରୀର ଅଧ୍ୟକ୍ଷ ଆହୁରୀ ମଧ୍ୟ କହିଛନ୍ତି, କରୋନା ମହାମାରୀ ସହିତ ଆରମ୍ଭ ହୋଇଥିବା ଏହି ମୂଲ୍ୟ ବୃଦ୍ଧି ଏବେ ବି ଜାରି ରହିଛି। ବଢୁଥିବା ମୂଲ୍ୟ ଉପରେ କୌଣସି ପରିବର୍ତ୍ତନ ନହୁଏ, ତେବେ ସୁନାର ମୂଲ୍ୟ ଆଗକୁ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ। ବଢୁଥିବା ମୂଲ୍ୟ ଯୋଗୁଁ ସାଧାରଣ ଲୋକେ ସୁନା କିଣିବା ଠାରୁ ଦୂରେଇ ଯାଉଛନ୍ତି ।