ପୁଣି କମିଲା ସୁନା ଦର, ବାହାଘର ସିଜିନ୍‌ରେ ଲୋକଙ୍କୁ ମିଳୁଛି ଆଶ୍ୱସ୍ତି

1 min read
GOLD

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର । ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଅପେକ୍ଷା କରନ୍ତୁ ନାହିଁ । ତୁରନ୍ତ କିଣନ୍ତୁ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୋମବାର ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ରୂପା ଦାମ୍ ମଧ୍ୟ ଖସିଛି । MCX ଉପରେ ମାର୍ଚ୍ଚର ଫ୍ୟୁଚର ଟ୍ରେଡ୍‌ରେ ସୁନା ୩୯.୦୦ ଟଙ୍କା ହ୍ରାସ ପାଇ ୪୭,୨୧୭.୦୦ ଟଙ୍କା ସ୍ତରରେ ରହିଥିଲା । ଏଥିସହିତ ମାର୍ଚ୍ଚର ଫ୍ୟୁଚର ଟ୍ରେଡ୍‌ରେ କାରବାର ୧୩୦.୦୦ ଟଙ୍କା ହ୍ରାସ ପାଇ ୬୮,୬୦୮.୦୦ ଟଙ୍କା ସ୍ତରରେ ଥିଲା ।

ଗତ ୬ଟି ବାଣିଜ୍ୟ ସେସନ ମଧ୍ୟରୁ ୫ ଟି ସେସନରେ ସୁନା ଦର ହ୍ରାସ ପାଇଛି । ଅଗଷ୍ଟ ୨୦୨୦ ରେ ସବୁ ରେକର୍ଡ ଭାଙ୍ଗି ସୁନା ଦର ୧୦ ଗ୍ରାମ ପ୍ରତି ୫୬,୨୦୦ ଟଙ୍କା ଛୁଇଁଥିବା ବେଳେ ଏବେ ପୁଣି ପ୍ରାୟ ୯୦୦୦ ଟଙ୍କା ଶସ୍ତା ହୋଇ ରେକର୍ଡ କରିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା କିଣାବିକା ବେଶ ପ୍ରଧାନ୍ୟ ରଖିଛି । ଆମେରିକାରେ ସୁନା କାରବାର ସୋମବାର ଦିନ ୨.୯୨ ଡଲାର ହ୍ରାସ ପାଇ ପ୍ରତି ଆଉନ୍ସ ୧,୮୧୧.୨୨ ଡଲାରରେ ପହଞ୍ଚିଛି । ସେହି ଅନୁସାରେ ରୂପା ଦର ମଧ୍ୟ ହ୍ରାସ ପାଇଛି । ଏବଂ ରୂପା କାରବାର ମଧ୍ୟ ଜୋର ସୋରରେ ଚାଲିଛି ।

ଆସନ୍ତୁ ଜାଣିବା ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ କ’ଣ ରହିଛି ?
୨୨ କ୍ୟାରେଟ୍ ସୁନା ମୂଲ୍ୟ – ୪୬୨୨୦ ଟଙ୍କା ରହିଛି
୨୪ କ୍ୟାରେଟ୍ ସୁନା ମୂଲ୍ୟ – ୫୦୪୨୦ ଟଙ୍କା ରହିଛି
ରୂପା ମୂଲ୍ୟ – ୬୮୭୦୦ ଟଙ୍କା ରହିଛି

ମୂଲ୍ୟ କାହିଁକି ହ୍ରାସ ପାଉଛି ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବା ବେଳେ ସେ ନିଜ ଭାଷଣରେ, ସୁନା ଓ ରୂପା ଆମଦାନୀ କର ଉପରେ ବଡ଼ ରିହାତି ଘୋଷଣା କରିଛନ୍ତି । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୦୫ ପ୍ରତିଶତ ହ୍ରାସ ଘଟିଛି । ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡ଼ିଥାଏ । ହେଲେ ଏବେ ୫ ପ୍ରତିଶତ ରିହାତି ପରେ କେବଳ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ ।

ସୁନାର ଶୁଦ୍ଧତା ଯାଞ୍ଚ କରିବା କେମିତି ?
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ‘ବିଏସ୍-କେୟାର ଆପ୍’ ସହିତ ଗ୍ରାହକ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ତାହା ନୁହେଁ ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ ।

Leave a Reply