ଦେଶରେ ୮୦ହଜାର ଟପିଲା ୨୨କ୍ୟାରେଟ ସୁନା ଦର
![](https://nandighoshatv.com/wp-content/uploads/2025/02/gold-price-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୮୦ହଜାର ଟପିଲା ୨୨କ୍ୟାରେଟ ସୁନା ଦର । ୨୪ କ୍ୟାରେଟ ସୁନା ଦର ୮୭୦ ଓ ୨୨ କ୍ୟାରେଟ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ୧୦ ଗ୍ରାମ ୨୨ କ୍ୟାରେଟ ସୁନାଦର ରହିଛି ୮୦ ହଜାର ୬୦୦ ଟଙ୍କା । ସେହିପରି ୨୪ କ୍ୟାରେଟ ସୁନାଦର ରହିଛି ୮୭ ହଜାର ୯୩୦ ଟଙ୍କା । ୨୨ କ୍ୟାରେଟ ସୁନା ରେଟକୁ ନେଇ ଚିନ୍ତାରେ ପଡିଲେଣି ଗ୍ରାହକ । କାରଣ ଆଜି ସୁନା ଦର ୭୯ ହଜାର ୯୯୦ ଥିବାବେଳେ କେମିତି ସୁନା କିଣିବେ ସେ ଚିନ୍ତାରେ ପଡିଲେଣି । ବିଶେଷ କରି କିଛିଦିନ ହେଲା ଅର୍ଥାତ୍ ଗୋଟିଏ ସପ୍ତାହ ଭିତର ଦଶ ଗ୍ରାମ ପିଛା ୩ ହଜାର ବୃଦ୍ଧି ପାଇଥିବା ବେଳେ ସୁନା ରେଟକୁ ନେଇ ସବୁଠି ଚର୍ଚ୍ଚା, ସବୁଠାରୁ ବଡ଼କଥା ହେଲା ବର୍ତ୍ତମାନ ବାହାଘର ସମୟ ଚାଲୁଥିବାରୁ ମାର୍କେଟ ସ୍ଥିତି ଠିକ୍ ନଥିବାରୁ ସୁନା ଦର ବୃଦ୍ଧି ହେଇଥିବାର କହିଛନ୍ତି ।