ଏବେ ମାର୍କେଟରେ କଣ ରହିଛି ସୁନା ଦର, ଜାଣନ୍ତୁ ଦୀପାବଳି ପୂର୍ବରୁ କମିବ କି ?

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା । ନୂଆ ବଜେଟ୍ ଉପସ୍ଥାପନ ହେବା ପରେ ଆକାଶ ଛୁଆଁ ରହିଛି ସୁନାଦର । ଏବେ ୧୦ ଗ୍ରାମକୁ ୭୭ ହଜାର ଉପରେ ରହିଛି ଦାମ । ଗତ ସପ୍ତାହରେ ଯଦି ଦାମ କଥା କହିବା ତାହେଲେ ପ୍ରତିଦିନ ଦାମ ବଢ଼ିବାରେ ଲାଗିଛି । ଶୁକ୍ରବାର ରହିଥିଲା ୭୭,୭୫୦ ଟଙ୍କା । ଇଣ୍ଡିଆନ ବୁଲିୟନ ଆସୋସିଏସନର ଓ୍ବେବସାଇଟ ରିପୋର୍ଟ ଅନୁସାରେ ଅକ୍ଟୋବର ୧୧ ତାରିଖରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦାମ ରହିଥିଲା ୭୬ ହଜାର ଟଙ୍କା । ତେବେ ଏହା ବଢ଼ି ୧୬ ତାରିଖ ବେଳକୁ ୫୫୩ ଟଙ୍କା ଅଧିକ ବୃଦ୍ଧି ହୋଇଥିଲା । ଏବଂ ୧୮ ତାରିଖ ବେଳକୁ ଏହା ୭୭,୮୧୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଦିନକୁ ଦିନ ଏହି ଦାମ ବଢ଼ୁଥିବାବେଳେ ଧନତରେସ ସମୟରେ ଦାମ ଆହୁରି ଅଧିକ ବଢ଼ିବା ସହ ୮୦ ହଜାର ଉପରେ ରହିବ ବୋଲି ଅନୁମାନ କରାଯାଉଛି ।