ପୋଲିସ ହାତରେ ଚେନ୍ ଲୁଟେରା ଓ ସୁନା କିଣିଥିବା ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ: ଚେନ୍ ଲୁଟେରା ସହ ଚୋରୀ ସୁନା କିଣିଥିବା ବ୍ୟବସାୟୀକୁ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ବରର କପିଳ ପ୍ରସାଦ ଅଞ୍ଚଳର ସୁନୀଲ ରାଜ ଓ ସୁନା ବ୍ୟବସାୟୀ ତୀର୍ଥ କୁମାର ମଣ୍ଡଳ । ସେମାନଙ୍କ ଠାରୁ ସୁନା ଚେନ ସହ ଏକ ସ୍କୁଟିକୁ ଜବତ କରିଛି ପୋଲିସ । କିଛିଦିନ ତଳେ କୋଲାଥିଆ ଅଞ୍ଚଳର ଶୁଭଶ୍ରୀ ପ୍ରିୟଦର୍ଶିନୀ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ଠିକଣା ପଚାରିବା ବାହାନାରେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଛାନବିନ କରିଥିଲା । ସିସିଟିଭିକୁ ଆଧାର କରି ଅଭିଯୁକ୍ତ ସୁନୀଲ ରାଜ ଓ ସୁନା ବ୍ୟବସାୟୀ ତୀର୍ଥ ମଣ୍ଡଳକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ।