ବିବାହ ଋତୁ ଚାଲିଥିବାବେଳେ ୧୪୦୦ ଟଙ୍କା କମିଲା ସୁନା ଦର

ଭୁବନେଶ୍ବର: ଗ୍ରାହକଙ୍କ ପାଇ ଖୁସି ଖବର । କମିଲା ସୁନା ଓ ରୂପା ଦର । ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି । ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି । ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି ।

ଆଜି ୨୪ କ୍ଯାରେଟ ସୁନା ଦର ୧୦ ଗ୍ରାମ ପିଛା ୧୪ ଶହ ୩୪ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ ଭାରତୀୟ ବଜାରରେ ୨୪ କ୍ଯାରେଟ ସୁନାର ମୂଲ୍ଯ ୧୦ ଗ୍ରାମ ପିଛା ୭୧ ହଜାର ୭୪୧ ଟଙ୍କାରେ ପହଞ୍ଚିଛି । ଯାହାକି ସୋମବାର ସନ୍ଧ୍ଯା ସୁଦ୍ଧା ୨୪ କ୍ଯାରେଟ ସୁନାର ଦର ୭୨ ହଜାର ୮୭୫ ଟଙ୍କା ଥିଲା । ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭ ହଜାର ୫୪୦ ଟଙ୍କା ରହିଛି । ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଆଜି ରୂପା ଦର କିଲୋପିଛା ୭୯ ହଜାର ଟଙ୍କା ରହିଛି ।