spot_img

Latest Posts

ଆଗକୁ ବିବାହ ସିଜିନ, କମ ମୂଲ୍ୟରେ ଏବେଠୁ କିଣି ନିଅନ୍ତୁ ଗହଣା

ନୂଆଦିଲ୍ଲୀ: ପାର୍ବଣ ସାଙ୍ଗକୁ ଆଗକୁ ବିବାହ ସିଜିନ  । ଏହା ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର  । କମିଛି ସୁନା ଓ ରୂପା ଦର । ଅଲ ଇଣ୍ଡିଆ ଜୁଏଲରୀ ଆସୋସିଏସନ ଅନୁସାରେ ଗ୍ରାମ ପିଛା ୧୫୨୨ ଟଙ୍କା କମିଛି ସୁନା ଦର  । ସେହିପରି ରୂପା ମୂଲ୍ୟ ବି କିଲୋ ପିଛା ୭୯୩ ଟଙ୍କା କମିଛି  । ୨୪ କ୍ୟାରେଟ୍‌ ସୁନା ଦର ୫୦ ହଜାର ୮୬୩ ଟଙ୍କା ଥିବାବେଳେ ଏହା ଏବେ ୪୯ ହଜାର ୩୪୧ ଟଙ୍କାରେ ପହଞ୍ଚିଛି  । ସେହିପରି ରୂପା ମୂଲ୍ୟ ୫୫ ହଜାର ୧୪୪ ଟଙ୍କାରେ ପହଞ୍ଚିଛି ।

 

ଆଇବିଜିଏ ଜାରି କରିଥିବା ସୁନା ଦର କ୍ୟାରେଟ୍‌ ଅନୁସାରେ ସବୁଠି ଅଲଗା ରହିଛି  । ଏହି ସମସ୍ତ ଦାମ ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ବାଦ୍‌ ଦେଇ ନିର୍ଦ୍ଧାରିତ କରାଯାଇଥାଏ  । ସମଗ୍ର ଦେଶରେ ଆଇବିଜିଏର ନିର୍ଦ୍ଧାରିତ ଦର ଲାଗୁ ହୋଇଥାଏ  । ଯେଉଁଥିରେ ଜିଏସଟିକୁ ସାମିଲ କରାଯାଇ ନଥାଏ  ।

 

ତାରିଖ               ସୁନାଦର        ଗ୍ରାମ

୧୨ ସେପ୍ଟେମ୍ବର  ୫୦,୮୬୩ଟଙ୍କା  ୧୦ ଗ୍ରାମ

୧୩ ସେପ୍ଟେମ୍ବର   ୫୦,୬୭୬ଟଙ୍କା  ୧୦ ଗ୍ରାମ

୧୪ ସେପ୍ଟେମ୍ବର   ୫୦,୩୦୦ ଟଙ୍କା  ୧୦ ଗ୍ରାମ

୧୫ ସେପ୍ଟେମ୍ବର   ୪୯,୯୨୬ ଟଙ୍କା  ୧୦ ଗ୍ରାମ

୧୬ ସେପ୍ଟେମ୍ବର   ୪୯,୩୪୧ ଟଙ୍କା  ୧୦ ଗ୍ରାମ

 

ଏକ ସପ୍ତାହରେ ରୁପା ଦର

୧୨ ସେପ୍ଟେମ୍ବର, ୨୦୨୨-   ୫୫,୯୩୭ ଟଙ୍କା
୧୩ ସେପ୍ଟେମ୍ବର, ୨୦୨୨ –   ୫୭,୨୭୦ ଟଙ୍କା

୧୪ ସେପ୍ଟେମ୍ବର, ୨୦୨୨ –   ୫୬,୩୫୦ ଟଙ୍କା
୧୫ ସେପ୍ଟେମ୍ବର, ୨୦୨୨ –   ୫୬,୩୩୦ ଟଙ୍କା
୧୬ ସେପ୍ଟେମ୍ବର, ୨୦୨୨ –   ୫୫,୧୪୪ ଟଙ୍କା

Latest Posts

Don't Miss