ଗିରଫ୍ ହେଲେ ଛେଳି ଚୋର, ମିଳିଲା ୧୫୧ଟି ଛେଳି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଛେଳି ଚୋର ଗିରଫ । ୬ ଜଣ ଛେଳି ଚୋରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ୧୫୧ଟି ଛେଳି ଜବତ ହୋଇଛି ।
ଏହାସହ ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ବାଇର, ମୋବାଇଲ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଗତ କିଛି ଦିନ ହେବ ଛେଳି ଚୋରି କରୁଥିବା ଅଭିଯୋଗ ହେଉଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।