ମହାରାଷ୍ଟ୍ର ପରେ ଗୋଆରେ ଦଳବଦଳ ନାଟକ !

ପାନାଜୀ: ମହାରାଷ୍ଟ୍ର ପରେ ଗୋଆରେ ଦେଖାଦେଇପାରେ ଦଳବଦଳ ନାଟକ । ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଧକ୍କା । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୯ ବିଧାୟକ ବିଜେପିରେ ଯୋଗଦେଇପାରନ୍ତି । ଏନେଇ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ତେବେ ହଟଚମଟ ସୃଷ୍ଟି ହେବା ପରେ ଗୋଆ ବ୍ୟାପାରରେ ଥିବା କଂଗ୍ରେସ ନେତା ଦିନେଶ ଗୁଣ୍ଡୁରାଓ ପାନାଜୀ ଯାଇଛନ୍ତି । ଦଳରେ ସେପରି କିଛି ଫାଟ ସୃଷ୍ଟି ହେବା ସମ୍ଭାବନା ନାହିଁ ବୋଲି କହିଛନ୍ତି ଗୁଣ୍ଡୁରାଓ ।
ତେବେ ଆସନ୍ତାକାଲିଠାରୁ ଗୋଆରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ କଂଗ୍ରେସର ଏହି ହଟଚମଟମୂଳକ ଖବର ହଲଚଲ ଅବସ୍ଥା ସୃଷ୍ଟି କରିଛି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦, ସହଯୋଗୀ ଏମଜିପିର ୨, କଂଗ୍ରେସର ୧୧, ଜିଏଫପିର ଜଣେ, ଆପ୍ର ୨, ଆରଜିପିର ଜଣେ ବିଧାୟକ ଅଛନ୍ତି ।