ବନ୍ଦ ହେବା ସ୍ଥିତିରେ ଆଉ ଏକ ଏୟାରଲାଇନ୍ସ, ଆଗାମୀ ଦୁଇଦିନ ଗୋ ଫାର୍ଷ୍ଟର ସମସ୍ତ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ପ୍ରକାଶଥାଉକି, ୱାଡିଆ ଗ୍ରୁପର ଏୟାରଲାଇନ୍ ଗୋ ଫାର୍ଷ୍ଟ ମଙ୍ଗଳବାର ଏନସିଏଲଟିରେ ଭଲ୍ୟୁଣ୍ଟାରୀ ଇନସଲଭାନ୍ସି ପ୍ରୋସିଡିଙ୍ଗ ପାଇଁ ଆବେଦନ କରିଛି । ସେହିପରି ଏହାରି ମଧ୍ୟରେ ଗୋ ଫାର୍ଷ୍ଟର ସମସ୍ତ ଉଡାଣ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ ୩ ଏବଂ ୪ ମଇ ୨୦୨୩ରେ ରଦ୍ଦ କରି ଦିଆଯାଇଛି ।

ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଡାଇରେକ୍ଟୋରେଟ ଜେନେରାଲ୍ ଅଫ ସିଭିଲ ଆଭିଏସନ (ଡିଜିସିଏ)କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି । ଏପରି ସ୍ଥିତିରେ ଯେଉଁ ବିମାନ ଯାତ୍ରୀ ଏହି ଦୁଇ ଦିନ ପାଇଁ କମ୍ପାନୀର ଟିକେଟ ବୁକ୍ କରାଇଛନ୍ତି ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବେସାମରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସରକାର ସଂକଟଗ୍ରସ୍ତ ଗୋ ଫାର୍ଷ୍ଟ ଏୟାରଲାଇନର ସବୁ ପ୍ରକାର ସହାୟତା କରିବେ ।

ସେ କହିଛନ୍ତି ଯେ ସରକାର ସବୁ ପ୍ରକାର ସହାୟତା କରୁଛନ୍ତି, ଏବଂ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରହିଛନ୍ତି । ରିପୋର୍ଟ ମୁତାବିକ, ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଦୀର୍ଘ ସମୟ ହେବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି । ଏପରି ସ୍ଥିତିରେ ତୈଳ କମ୍ପାନୀଗୁଡ଼ିକର ଅର୍ଥ ପରିଶୋଧ ନକରିପାରିବା କାରଣରୁ ଏୟାରଲାଇନ୍ସ ଏହି ବଡ଼ ନିଷ୍ପତ୍ତି ନେଇଛି ।