ଶାନ୍ତିପୂର୍ଣ୍ଣ ଦେଶ ମଧ୍ୟରେ ଶୀର୍ଘରେ ଆଇସଲ୍ୟାଣ୍ଡ

1 min read

ନୁଆଦିଲ୍ଲୀ:   ଆଇସଲ୍ୟାଣ୍ଡ ହେଉଛି ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସବୁଠାରୁ ଶାନ୍ତିପ୍ରିୟ ଦେଶ ମଧ୍ୟରେ ଆଇସଲ୍ୟାଣ୍ଡର ନାମ ଆଗରେ ରହିଛି । ଏହା ପରରେ ନ୍ୟୁଜଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡର ନାଁ ରହିଛି ।ଏଥିରେ ଆହୁରି ୧୬୩ଟି ସ୍ବତନ୍ତ୍ର ଦେଶ ଓ ଅଞ୍ଚଳ ମାନଙ୍କୁ ମଧ୍ୟ ମାନ୍ୟତା ଦିଆଯାଇଛି ।

ଭାରତ ଚଳିତ ଗ୍ଲୋବାଲ ପିସ୍ ଇଣ୍ଡେକ୍ସ-୨୦୨୨ରେ ୩ଟି ଶିଢି ଚଢି ୧୩୫ ସ୍ଥାନ ହାସଲ କରିଛି । ଯାହାକି ପୂର୍ବରୁ ୧୩୮ ସ୍ଥାନ ରହୁଥିଲା ଭାରତ । ଏଥର ଶାନ୍ତି ପ୍ରସଙ୍ଗରେ ଭାରତକୁ ନିମ୍ନ ବର୍ଗରେ ରଖାଯାଇଛି । ବିଭିନ୍ନ ଘରୋଇ ଏବଂ ଆନ୍ତର୍ଜାତୀୟ ବିବାଦ, ସମାଜରେ ନିରାପତ୍ତା ଏବଂ ସାମରୀକରଣର ପରି 23 ଟି ପାରାମିଟର ଆଧାରରେ ଦେଶଗୁଡିକର ମୂଲ୍ୟାଙ୍କନ ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି |

ଏଯାଏଁ ୟୁରୋପ ସବୁଠାରୁ ଶାନ୍ତିପୂର୍ଣ୍ଣ ଅଞ୍ଚଳ ହୋଇ ରହି ଆସିଛି | ଏଥିରେ ୟୁରୋପରେ ଆଇସଲ୍ୟାଣ୍ଡ ତାଲିକାର ଶୀର୍ଷରେ ଅଛି | ତାଲିକାରେ ୟୁରୋପର ୧୦ଟି ଶାନ୍ତିପୂର୍ଣ୍ଣ ଦେଶ ମଧ୍ୟରେ ଡେନମାର୍କ, ହଙ୍ଗେରୀ ଏବଂ ଫିନଲ୍ୟାଣ୍ଡ ମଧ୍ୟ ରହିଛି | ଏହି ଲିଷ୍ଟରେ ଆଫଗାନିସ୍ଥାନ ସବୁଠାରୁ ବିପଦଜ୍ଜକ ଦେଶ ମଧ୍ୟରେ ଶୀର୍ଷରେ ଅଛି । ୫ ବର୍ଷ ଯାଏଁ ଏହି ସ୍ଥାନ ବଜାୟ ରଖିଛି ଆଫଗାନିସ୍ଥାନ । କିନ୍ତୁ ନିକଟରେ ୟୁକ୍ରେନରେ ଯୁଦ୍ଧ କାରଣରୁ ଗ୍ଲୋବାଲ ପିସ ଇେଣ୍ଡକ୍ସରେ ବହୁତ କ୍ଷତି ହୋଇଛି । ବର୍ତ୍ତମାନ ୟୁକ୍ରେନର ମାନ୍ୟତା ହେଉଛି ୧୫୩ |ଫେବୃଆରୀରେ ପୂର୍ବ ୟୁରୋପୀୟ ଦେଶ ଉପରେ ରୁଷିଆର ଆକ୍ରମଣ ପରଠାରୁ ଏହି ଦେଶ ଶାନ୍ତି ଦୃଷ୍ଟିରୁ ପୂର୍ବ ସ୍ଥାନରୁ ୧୭ ସ୍ଥାନକୁ ଖସି ଆସିଛି।