ଜୋଶୀମଠରେ ଖସିଲା ବରଫ ଖଣ୍ଡ, ୩୮୪ ଲୋକ ଉଦ୍ଧାର, ୮ ମୃତ

1 min read
Glacier burst reported in Uttarakhand's Niti Valley, confirms CM; alert issued Read

ଚମୋଲି: ଉତ୍ତରାଖଣ୍ଡରେ ହିମପ୍ରଳୟ । ଗତ ଫେବ୍ରୁଆରୀରେ ଚମୋଲିରେ ହିମ ସ୍ଖଳନ ପରେ ବନ୍ୟା ତାଣ୍ଡବ ରଚିଥିଲା । ଏବେ ସେହି ଚମୋଲି ଜିଲ୍ଲାର ଜୋଶୀମଠରେ ବିଳମ୍ବିତ ରାତିରେ ଗ୍ଲାସିୟର ଖଣ୍ଡ ଖସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେନାର ସେଣ୍ଟ୍ରାଲ୍ କମାଣ୍ଡ ଏବେ ଯାଏ ୩୮୪ ଜଣଙ୍କୁ ଉଦ୍ଧାର କରିଛି । ଏହି ବରଫ ଖଣ୍ଡ ସୁମନା ଅଞ୍ଚଳରେ ବରଫ ବର୍ଷା ପରେ ଖସିପଡ଼ିଥିବା ଜଣାଯାଇଛି । ଭାରତ-ଚୀନ ସୀମାରେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହଙ୍କ ସହ କଥା ହୋଇଛନ୍ତି ।

ହିମ ସ୍ଖଳନ ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ବିଆରଓ ସମ୍ପର୍କରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହିମ ସ୍ଖଳନ ପରେ ୪ରୁ ୫ଟି ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇଛି ।

ଜୋଶୀ ମଠରେ ବିଆରଟିଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭାପକୁଦ-ସୁମନା ରାସ୍ତା ଗତକାଲି ଠାରୁ ବନ୍ଦ ରହିଛି । ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସଫା କରିବା ଲାଗି ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

Leave a Reply