ଜୋଶୀମଠରେ ଖସିଲା ବରଫ ଖଣ୍ଡ, ୩୮୪ ଲୋକ ଉଦ୍ଧାର, ୮ ମୃତ
1 min readଚମୋଲି: ଉତ୍ତରାଖଣ୍ଡରେ ହିମପ୍ରଳୟ । ଗତ ଫେବ୍ରୁଆରୀରେ ଚମୋଲିରେ ହିମ ସ୍ଖଳନ ପରେ ବନ୍ୟା ତାଣ୍ଡବ ରଚିଥିଲା । ଏବେ ସେହି ଚମୋଲି ଜିଲ୍ଲାର ଜୋଶୀମଠରେ ବିଳମ୍ବିତ ରାତିରେ ଗ୍ଲାସିୟର ଖଣ୍ଡ ଖସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେନାର ସେଣ୍ଟ୍ରାଲ୍ କମାଣ୍ଡ ଏବେ ଯାଏ ୩୮୪ ଜଣଙ୍କୁ ଉଦ୍ଧାର କରିଛି । ଏହି ବରଫ ଖଣ୍ଡ ସୁମନା ଅଞ୍ଚଳରେ ବରଫ ବର୍ଷା ପରେ ଖସିପଡ଼ିଥିବା ଜଣାଯାଇଛି । ଭାରତ-ଚୀନ ସୀମାରେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହଙ୍କ ସହ କଥା ହୋଇଛନ୍ତି ।
माननीय गृह मंत्री श्री @AmitShah जी ने नीति घाटी के सुमना में ग्लेशियर टूटने की सूचना का तत्काल संज्ञान लिया है। उन्होंने इस घटना को गंभीरता से लेते हुए उत्तराखंड को पूरी मदद देने का आश्वासन दिया है और आईटीबीपी को सतर्क रहने के निर्देश दिये है।
— Tirath Singh Rawat (मोदी का परिवार) (@TIRATHSRAWAT) April 23, 2021
ହିମ ସ୍ଖଳନ ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ବିଆରଓ ସମ୍ପର୍କରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହିମ ସ୍ଖଳନ ପରେ ୪ରୁ ୫ଟି ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇଛି ।
ଜୋଶୀ ମଠରେ ବିଆରଟିଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭାପକୁଦ-ସୁମନା ରାସ୍ତା ଗତକାଲି ଠାରୁ ବନ୍ଦ ରହିଛି । ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସଫା କରିବା ଲାଗି ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ସେନା ପକ୍ଷରୁ କୁହାଯାଇଛି ।