ଗୀତା ଗୋପିନାଥ ହେବେ IMFର ପ୍ରଥମ ଉପପରିଚାଳନା ନିର୍ଦ୍ଦେଶିକା
ନୂଆଦିଲ୍ଲୀ: ଭାରତୀୟ-ଆମେରିକୀୟ ଗୀତା ଗୋପିନାଥ ହେବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମଏଫର ପ୍ରଥମ ଉପପରିଚାଳନା ନିର୍ଦ୍ଦେଶିକା । ଆଇଏମଏଫର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଗୀତା ଏହି ସଫଳତା ହାସଲ କରିଛନ୍ତି। ଏହି ପଦରୁ ଜିଓଫ୍ରେ ଓକାମୋତୋ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ଗୀତାଙ୍କୁ ନିଯୁକ୍ତି ଦିଆଯିବ।
ଗୀତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା । ସେ ଖୁବ୍ ଶୀଘ୍ର ନୂଆ ଦାୟିତ୍ବ ନେବେ । ଗୀତାଙ୍କ ନେତୃତ୍ୱରେ ଆଇଏମଏଫର ବିଭିନ୍ନ ଗବେଷଣା ପ୍ରକଳ୍ପର ବିଶେଷ ଅଗ୍ରଗତି ହୋଇଛି ଏବଂ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି କ୍ରିଷ୍ଟାଲିନା କହିଛନ୍ତି।
ବିଭିନ୍ନ ସର୍ଭେଲାନ୍ସ ଓ ତତ୍ସମ୍ପର୍କିତ ନୀତିକୁ ଗୀତା ପର୍ଯ୍ୟବେକ୍ଷଣ କରିବେ । ଏହା ସହା ବିଭିନ୍ନ ଗବେଷଣାମୂଳକ ପ୍ରକଳ୍ପ ଓ ପ୍ରମୁଖ ପ୍ରକାଶନର ଅନୁଧ୍ୟାନ କରିବେ ଗୀତା । ତାଙ୍କର କଠିନ ଅଧ୍ୟବସାୟ ଯୋଗୁ ସେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ହାସଲ କରିଛନ୍ତି ବୋଲି କହିଛନ୍ତି ଆଇଏମଏଫ ମୁଖ୍ୟ । ଆଇଏମଏଫର ବରିଷ୍ଠ ପରିଚାଳନା କମିଟିରେ ବି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
