ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ

ଭୁବନେଶ୍ବର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ। କୋଲକାତା ଆଲିପୁର ଚିଡିଆଖାନାରୁ ହଳେ ଜିରାଫ ନନ୍ଦନକାନନକୁ ଅଣାଯାଇଛି। ଫଳରେ ନନ୍ଦନକାନନରେ ଏକାକୀ ଜୀବନ ବିତାଉଥିବା ଖୁସିକୁ ସାଥୀ ମିଳିଛି।
ଉଭୟଙ୍କୁ ଏବେ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ପାଇଁ ଶହେ ନମ୍ବର ଖୁଆଡ଼ରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ସଫାସୁତୁରା ଖୁଆଡ଼ ସହ ସ୍ପ୍ରିଙ୍କଲର, ପାନୀୟ ଜଳ ଏବଂ ପରିବେଶକୁ ଖାପଖୁଆଇ ଚଳିବାକୁ ବିଶେଷ ଧ୍ଯାନ ଦିଆଯାଇଛି। ସ୍ବାସ୍ଥ୍ଯବସ୍ଥା ଯାଞ୍ଚପରେ ସେମାନଙ୍କୁ ଖୁଆଡ଼ରେ ଛଡାଯିବ । ଏହାପରେ ପର୍ଯ୍ଯଟକମାନେ ନନ୍ଦନକାନନରେ ୩ଟି ଜିରାଫ ଦେଖିବାକୁ ସୁଯୋଗ ପାଇବେ ।