ରିୟା ସୁଶାନ୍ତଙ୍କୁ ଔଷଧର ଓଭରଡୋଜ୍ ଦେଉଥିଲେ,ଏମିତି ଅଭିଯୋଗ ଆଣିଲା ବିହାର ପୋଲିସ

1 min read

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା। ଗାର୍ଲଫ୍ରେଣ୍ଡ ରିୟା ଗଢିଥିଲେ ସୁଶାନ୍ତଙ୍କ ଡିପ୍ରେସନରେ ଥିବା ନେଇ ମିଛ କାହାଣୀ । ରିୟାଙ୍କ ନାଁରେ ଏଭଳି ସଂଗୀନ୍ ଅଭିଯୋଗ ଆଣିଛି ବିହାର ପୋଲିସ । ସୁଶାନ୍ତଙ୍କୁ ରିୟା ଔଷଧର ଓଭରଡୋଜ୍ ଦେଉଥିବା ଅଭିଯୋଗ ଆସିଛି । ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ଅର୍ଥ ଲୋଭ ପାଇଁ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କ ଜୀବନରେ ଆସିଥିଲେ ବୋଲି । ପରେ ସୁଶାନ୍ତଙ୍କ ମାନସିକ ରୋଗର ମିଛ ଚିତ୍ର ପ୍ରସ୍ତୁତ କରିଥିଲେ ।

ସେପଟେ ରିୟାଙ୍କ ଆବେଦନକୁ ଖାରଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ ରିୟା । ସୁପ୍ରିମକୋର୍ଟରେ ଶୁଣାଣି ସରିବା ପର୍ଯ୍ୟନ୍ତ ସେ ସମୟ ମାଗିଥିଲେ । ତେବେ ଏହି ଆବେଦନକୁ ଖାରଜ କରିଛି ଇଡି । ଆର୍ଥିକ କାରବାର ନେଇ ଇଡି ସ୍କାନର୍‌ରେ ଅଛନ୍ତି ରିୟା । ରିୟାଙ୍କ ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ନେଇ ଖୋଳତାଡ଼ କରିପାରେ ଇଡି । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆର୍ଥିକ କାରବାର ଲିଙ୍କ୍‌ ନେଇ ତଦନ୍ତ କରୁଥିବା ଇଡି ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ।

ସୁଶାନ୍ତଙ୍କ ୪ଟି ଆକାଉଣ୍ଟରୁ ୨ଟିରୁ ରିୟାଙ୍କୁ ଟଙ୍କା ଟ୍ରାନ୍‌ସଫର କରାଯାଇଛି । ନିକଟରେ ମୁମ୍ବାଇର ପ୍ରାଇମ ଲୋକେସନରେ ରିୟା ଓ ତାଙ୍କ ପରିବାର ୨ଟି ଦାମୀ ବଙ୍ଗଳା କିଣିଛନ୍ତି । ଏହାର କାଗଜପତ୍ର ଦେଖାଇବାକୁ ଇଡି ପକ୍ଷରୁ ରିୟାଙ୍କୁ କୁହାଯାଇଛି । ସେହିପରି ତଦନ୍ତ ବେଳେ ମୁମ୍ବାଇ ଉପକଣ୍ଠ ପାବନିରେ ସୁଶାନ୍ତଙ୍କର ଏକ ଫାର୍ମ ହାଉସ୍ ଓ ଗୋରେଗାଓଁରେ ଏକ ଆପାର୍ଟମେଣ୍ଟ ଥିବା ଜଣାପଡିଛି । ସୁଶାନ୍ତ ୨ଟି କାର କିଣିଥିବା ବେଳେ ଆଉ ଏକ କାର ପାଇଁ ଲୋନ୍ ଦେଉଥିବା ଜଣାପଡିଛି ।

ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଗାର୍ଲଫ୍ରେଣ୍ଡ ରିୟାଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ରିୟାଙ୍କ ସହ ସୌଭିକ ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସଂଧ୍ୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାଁ ରହିଛି । ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ସେପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁର କନେକ୍ସନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପାର୍ଟି, ଫୋନ୍ କଲ, ଆର୍ଥିକ କାରବାର ଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିପାରେ ସିବିଆଇ । ସେପଟେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାରର ଆଇପିଏସ୍‌ ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛଡ଼ାଯାଇଛି ।

Leave a Reply