spot_img

Latest Posts

ଇଏ ବି ପ୍ରେମ: ପ୍ରେମିକର ସ୍ତ୍ରୀକୁ କହିଲେ, ‘ମୋର ସମ୍ପତ୍ତି ନିଅ ତୁମ ସ୍ୱାମୀକୁ ଦିଅ’

ଭୋପାଳ: ୫୭ ବର୍ଷିୟା ଜଣେ ମହିଳା ସରକାରୀ ଅଫିସଙ୍କର ନିଜ ୪୫ ବର୍ଷିୟ ଜୁନିୟରଙ୍କ ସହ ଏମିତି ପ୍ରେମ ହେଲା ଯେ ସେ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ କହିଲେ, ‘ମୋର ସବୁ ସମ୍ପତ୍ତି ନେଇଯାଅ ଏବଂ ତମ ସ୍ୱାମୀକୁ ମତେ ଦେଇଦିଅ ।’ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳ ସହରରେ ।  

ଏହି ମାମଲା ଭୋପାଳର ଫ୍ୟାମିଲି କୋର୍ଟକୁ ୧୭ ଅପ୍ରେଲ ପରେ କାଉନସିଲ ପାଇଁ ଆସିଥିଲା । କାଉନସିଲିଂ କରୁଥିବା କାଉନସିଲର ସରିତା ରାଜାନୀ ଏହି ମାମଲାର ବିଷୟରେ ସୂଚନା ଦେଇଥିଲେ ।

ରାଜାନୀଙ୍କ ସୂଚନା ମୁତାବକ, ମଧ୍ୟପ୍ରଦେଶର ସରକାରୀ ବିଭାଗରେ ଏକ ମୁଖ୍ୟ ପଦରେ ପଦସ୍ଥ ମହିଳା ସରକାରୀ ଅଫିସରଙ୍କ ସ୍ୱାମୀ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ପୁଅ ବୋହୁ ମଧ୍ୟ ତାଙ୍କୁ ତିରସ୍କାର କରିବା ଭଳି ବ୍ୟବହାର କରିବା ଆରମ୍ଭ କରିଦେଲେ । ଏପରି ପରିସ୍ଥିତିରେ ତାଙ୍କ ସହ କାମ କରୁଥିବା ୪୫ ବର୍ଷିୟ ସହକର୍ମୀଙ୍କ ସହ ତାଙ୍କ ସଂପର୍କ ବଢ଼ିବାକୁ ଲାଗିଲା ।

କରୋନା ଭାଇରସ ପାଇଁ ଦେଶରେ ଜାରି ରହିଥିବା ଲକଡାଉନ କାରଣରୁ ୨୫ ମାର୍ଚ୍ଚରୁ ଏକା ରହୁଥିବା ମହିଳା ଜଣଙ୍କୁ ନିଜ ପ୍ରେମିକାଙ୍କ ଅନୁପସ୍ଥିତି ଅନୁଭବ ହେଲା  । ତେଣୁ ସେ ନିଜ ପ୍ରେମିକଙ୍କ ଘରକୁ ପହଞ୍ଚିଗଲେ । ଘରେ ପହଞ୍ଚି ସେ ପ୍ରେମିକର ସ୍ତ୍ରୀକୁ କହିଲେ ଯେ, ‘ମୋର ସବୁ ସମ୍ପତ୍ତି ନେଇଯାଇ ଆଉ ତମ ସ୍ୱାମୀ ମତେ ଦେଇଦିଅ ।’ ବାସ ଏଇ ଗୋଟେ ପଦ କଥା ପରେ  ଘରେ ଆରମ୍ଭ ହୋଇଗଲା ହଙ୍ଗାମା । ଘଟଣାର ଖବର ପାଇ ମହିଳା ଜଣଙ୍କର ପୁଅ ବୋହୂ ମଧ୍ୟ ସେଠାରେ ପହଞ୍ଚିଥିଲେ । ତାପରେ ଏହି ମାମଲା ଫ୍ୟାମିଲି କୋର୍ଟକୁ କାଉନସିଲିଂ ପାଇଁ ପଠାଗଲା ।

ଏହି ମାମଲା ସେତେବେଳେ ଆହୁରି ବିଗିଡ଼ି ଗଲା ଯେତେବେଲେ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀକୁ କହିଲେ ଯେ, ସେ ଏପରି ଅବସ୍ଥାରେ ମହିଳା ଜଣଙ୍କୁ ଏକୁଟିଆ ଛାଡ଼ିପାରିବେ ନାହିଁ । ତେବେ ୧୪ ବର୍ଷ ପରେ ସ୍ୱାମୀ ଧୋକା ଦେଇଛନ୍ତି ବୋଲି ସ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

 ଏହି ଘଟଣାଟି ୧୯୯୭ରେ ରିଲିଜ ହୋଇଥିବା ଫିଲ୍ମ ‘ଜୁଦାଇ’କୁ ମନେ ପକାଇଦେଉଛି । ଯେଉଁଥିରେ ଉର୍ମିଳା ମାତୋଣ୍ଡକର ନିଜ କଂପାନୀର ଜଣେ ବିବାହିତ କର୍ମଚାରୀ ଅନିଲ କପୁରଙ୍କ ସହ ପ୍ରେମ କରିବସନ୍ତି । ଅନିଲ କପୁରଙ୍କ ସ୍ତ୍ରୀ ଶ୍ରୀଦେବୀଙ୍କୁ ସଂମ୍ପତ୍ତି ବଦଳରେ ତାଙ୍କ ସ୍ୱାମୀ ମାଗିଥିଲେ ଯେଉଁଥିରେ ଶ୍ରୀଦେବୀ ରାଜି ହୋଇଥିଲେ ।

 

Latest Posts

Don't Miss