ରେଲଓ୍ୱେ ଟ୍ରାକରେ ଶୋଇ ମୋବାଇଲରେ କଥା ହେଉଥିଲେ ଯୁବତୀ, ହଠାତ୍‌ ଆସିଗଲା ଟ୍ରେନ୍‌…

1 min read

ଆଜିକାଲି ଲୋକେ ମୋବାଇଲର ବହୁଳ ବ୍ୟବହାର କରୁଛନ୍ତି  । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋବାଇଲରେ କଥା ହେବାବେଳେ ଆଖପାଖରେ କ’ଣ ଘଟୁଛି କିଛି ମଧ୍ୟ ଦେଖାଯାଉନି । କେବେ କେବେ ଏଥିପାଇଁ ଜୀବନ ମଧ୍ୟ ଚାଲିଯାଉଛି । ଅଧିକାଂଶ ସମୟରେ ଆପଣଙ୍କ ନଜରକୁ ଏଭଳି ଘଟଣା ଆସିଥିବ । ଏହିଭଳି ଏକ ଭିଡ଼ିଓ ଏବେ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବତୀ ରେଲଓ୍ୱେ ଟ୍ରାକରେ ଶୋଇ ମୋବାବଇଲରେ କଥା ହେଉଥିବା ଦେଖିବାକୁ ମିଳିଛି । ସେ ମୋବାଇଲରେ କଥା ହେବାରେ ଏତେ ବ୍ୟସ୍ତଯେ, ତାଙ୍କ ଉପର ଦେଇ ଟ୍ରେନ୍‌ ଚାଲିଗଲା, କିନ୍ତୁ ତାଙ୍କୁ କିଛି ଜଣାପଡ଼ିଲା ନାହିଁ ।  ଏହି ଭିଡ଼ିଓ ବାସ୍ତବରେ ଖୁବ୍‌ ଆଶ୍ଚର୍ଯ୍ୟ କରିବା ଭଳି ।

ସୋସିଅଲ ମିଡିଆରେ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ଏହି ଭିଡ଼ିଓ ଶେୟାର କରି ଟ୍ୱିଟରେ ଲେଖିଛନ୍ତି,  ଫୋନରେ କଥା ହେବା ଅଧିକ ଜରୁରୀ । ତେବେ ଏହି ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି । ଲୋକେ ଭିଡ଼ିଓକୁ ନେଇ ମଜାଦାର କମେଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତିଯେ, ଏହି ଯୁବତୀଙ୍କୁ ମେଡାଲ ମିଳିବା ଉଚିତ୍‌ ।