spot_img

Latest Posts

ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ନବରଙ୍ଗପୁର ରାଇଘର ବ୍ଲକ ଅଂଚଳର ଏ ଘଟଣା। ଯୁବତୀଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ସହ ଯୁବତୀ ଏବଂ ଅନ୍ୟ ଜଣେ ଯୁବକଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଥିଲେ ଅନ୍ୟ ଜଣେ ଯୁବକ। ଭିଡିଓ ଭାଇରାଲ ପରେ ଅପମାନ ଓ ବଦନାମ ଭୟରେ ଚରମ ନିଷ୍ପତ୍ତି ନେଲେ ଯୁବତୀ। କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବତୀ। ଯୁବତୀଙ୍କୁ ଚିକିତ୍ସା ପରେ ଡାକ୍ତର ଫେରାଇ ଦେବାପରେ ଏବେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ଜୟପୁରର ଏକ ନର୍ସିଂ କଲେଜରେ ପଢୁଛନ୍ତି ସମ୍ପୃକ୍ତ ଯୁବତୀ। କିଛି ଦିନ ତଳେ ଯୁବତୀ ଜଣକ ଲୁଚି ବିବାହ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଏକତରଫା ପ୍ରେମ କରୁଥିବା ଅନ୍ୟ ଜଣେ ଯୁବକ ଜଣକ ତାଙ୍କୁ ରାସ୍ତାରେ ମାରପିଟ୍‌ କରିବା ସହ ଯୁବତୀଙ୍କ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ରାଇଘର ଥାନାରେ ଏତଲା ଦିଆଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ସହ ଅପରାଧୀଙ୍କୁ ଉଚିତ୍ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ରାଇଘର ପୋଲିସ ଯୁବତୀଙ୍କ ଘରକୁ ଯାଇ ବୟାନ ନେଇଛି।

Latest Posts

Don't Miss