ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ, ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି

ଭୁବନେଶ୍ୱର: ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି । ନିଜ ଅଫିସର କର୍ମଚାରୀଙ୍କୁ ଭୁଷିଲା ଛୁରି  । କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ, ଘର ଜଗତସିଂହପୁର । ମଞ୍ଚେଶ୍ୱର ଥାନା ଜିଜିପି କଲୋନି ଫାୟାର ଆଣ୍ଡ ସେଫ୍ଟି ଘରୋଇ ଏଜେନ୍ସିରେ ରିସେପସନିଷ୍ଟ ଥିଲେ ଯୁବତୀ । ସେହିଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ହତ୍ୟାକାରୀ  ରମେଶ ।

ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ କରିଥିଲା ହତ୍ୟା । ହତ୍ୟାକାରୀ ରମେଶ ବାରିକକୁ କାବୁ କଲା ପୋଲିସ । ରମେଶକୁ କେନ୍ଦ୍ରାପଡାରୁ କାବୁ କଲା ପୋଲିସ । ରମେଶର ଘର କେନ୍ଦ୍ରାପଡା ଜିଲ୍ଲାର ଆଳିରେ ବୋଲି ସୂଚନା ମିଲିଛି ।