କୁଶଭଦ୍ରା ନଦୀକୁ ଡେଇଁପଡିଲେ ଯୁବତୀ, ଉଦ୍ଧାର କଲେ ଗ୍ରାମବାସୀ

ନିମାପଡ଼ା: ସଂଧ୍ୟା ୭ଟା  । ନଦୀରେ ପ୍ରଖର ସ୍ରୋତ  । ବନ୍ୟା ଜଳ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ।  ଆଉ ଗହଳି ଭିତରୁ ଉଛୁଳା ନଦୀକୁ ଡେଇଁ ପଡ଼ିଲେ ଯୁବତୀ  । ନିମାପଡ଼ା କୁଶଭଦ୍ରା ବ୍ରିଜ ଉପରୁ  ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ  ଡେଇଁ ପଡିଥିବା ସୂଚନା ମିଳିଥିଲା  । ସଙ୍ଗେ ସଙ୍ଗେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଓବଂ ଓଡ୍ରାଫ୍ ଟିମ ଖୋଜିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ  । କିନ୍ତୁ   ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଥିଲେ ଯୁବତୀ ।

ଯୁବତୀଙ୍କୁ ଜୀବିତ ଉଦ୍ଧାର ଗ୍ରାମବୀସୀ  । ସର୍ବପଡା ଗ୍ରାମବାସୀ ଯୁବତୀଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି  ।  ନିମାପଡ଼ା କୁଶଭଦ୍ରା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟାମ କରିଥିବା ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ନିୟୋଜିତ ଥିଲେ । ଯୁବତୀ ଜଣକ ନିମାପଡ଼ା ସର୍ବାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି  । ଯୁବତୀଙ୍କୁ ଉଦ୍ଧାର କରିବା ପରେ ନିମାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି  । ଯୁବତୀଙ୍କର ଚିକିତ୍ସା ଜାରି ରହିଛି  । କିନ୍ତୁ କାହିଁକି ଓ କଣ ପାଇଁ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ  ।