ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ଦେବଗଡ଼ରୁ ଅପହୃତା ଝିଅ

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ଦେବଗଡ଼ରୁ ଅପହୃତା ଝିଅ । ବଡ଼ଗାଁ ଥାନା ଭୋଇପାଲି ପୋଲ ତଳୁ ୬ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପୋଲ ତଳେ ଝିଅଟି କାନ୍ଦୁ ଥିବା, ସ୍ଥାନୀୟ ମହିଳା ପୋଲିସକୁ ଖବର ଦେଇଥିଲେ । ଘଯଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରି ଶିଶୁକନ୍ୟାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଅପହରଣକାରୀ ଫେରାର ହୋଇ ଯାଇଛନ୍ତି । ଶିଶୁ କନ୍ୟାକୁ ଘର ଆଗରୁ ଦୁର୍ବୃତ୍ତ ଝାମ୍ପି ନେଇଥିଲେ । ଘର ଆଗରେ ଆଈ କୋଳରୁ ନାତୁଣୀକୁ ଝାମ୍ପି ନେବା ପରେ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥଇଲା । ଅଭିଯୋଗ ପରେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରିଥିଲା ପୋଲିସ । ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ କରିଥିଲା ପୋଲିସ । ଶେଷରେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି ଶିଶୁ କନ୍ୟା ।