spot_img

Latest Posts

ଆନ୍ଧ୍ରରେ ଚାଞ୍ଚଲ୍ୟ : ନାବାଳିକାକୁ ଦୁଷ୍କର୍ମ କଲେ ୧୩ଜଣ

ଆନ୍ଧ୍ରପ୍ରଦେଶ: ଯେତେବେଳେ ଦେଶରେ ଦୁଷ୍କର୍ମ ର ଭୟାନକ ଘଟଣା ବିଷୟରେ ଆଲୋଚନା ହୁଏ ,ସେତେବେଳେ ଦିଲ୍ଲୀର ସେହି ଛାତି ଥରାଇଦେଲା ଭଳି ନିର୍ଭୟା ଘଟଣା ସାମ୍ନାକୁ ଆସେ। ୨୦୧୨ ମସିହାରେ ,୫ଜଣ ରାକ୍ଷସ ଗୋଟିଏ ନିରୀହ ଝିଅକୁ ମିଳିମିଶି ଗଣ ଦୁଷ୍କର୍ମ କରିଥିବାର ଘଟଣା ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା। କିନ୍ତୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ହୋଇଥିବା ଗଣ ଦୁଷ୍କର୍ମର ଘଟଣା ନିର୍ଭୟା ଘଟଣା ଠାରୁ ବଳିଯାଇଛି । ବିଶାଖାପାଟଣାରେ ରହି କାମ କରୁଥିବା ଓଡିଶାର ଗୋଟେ ନାବାଳିକା ଝିଅ ସହ ୧୩ ଜଣ ମିଳିମିଶି ଗଣଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ନାବାଳିକାକୁ ତାର ପ୍ରେମିକ ଏବଂ ସାଙ୍ଗ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଝିଅଟି ଭାଙ୍ଗିପଡି ଯେତେବେଳେ ଆତ୍ମହତ୍ୟା କରିବାକୁ ବିଶାଖାପାଟଣାର ଆର୍. କେ ବିଚ୍ କୁ ଯାଇଥିଲା । ସେତେବେଳେ ବିଚ୍ ରେ ଥିବା ଜଣେ ଫଟୋଗ୍ରାଫର୍ ଝିଅକୁ ସହଯୋଗର ହାତ ବଢାଇଥିଲେ । ଫଟୋଗ୍ରାଫର୍ ଝିଅକୁ ନେଇ ତାଙ୍କ ରୁମ୍ କୁ ଯାଇଥିଲେ । ସେଠି ସେ ଏବଂ ତାଙ୍କର ୧୦ଜଣ ସାଙ୍ଗ ମିଶି ଝିଅକୁ ଗଣଦୁଷ୍କର୍ମ କରିଥିଲେ । ରାକ୍ଷସ ମାନେ ପ୍ରାୟ ୨ ଦିନ ଧରି ଝିଅ ସହ ଗଣଦୁଷ୍କର୍ମ କରିବା ପରେ ପୀଡିତା ସେଠାରୁ ଖସି ଝିଅଟି ନିଜର ଗାଁ କଳହାଣ୍ଡି ପଳେଇଆସିଥିଲେ । ମାନସିକ ଆଘାତ ଯୋଗୁଁ ଝିଅ ଟି ଘରକୁ ଫେରିବା ପରେ ମଧ୍ୟ ଘରେ କିଛି ନ କହି ଚୁପ୍ ରହିଥିଲେ । ତାପରେ ଘରେ ସବୁ କଥା କହିଥିଲେ । ପରେ ପୀଡିତାଙ୍କ ପିତା ପୋଲିସ୍ ରେ ଅଭିଯୋଗ କରିଥିଲେ । ପୋଲିସ୍ ଏହି ମାମଲାରେ ଆଇପିସି ଧାରା ୩୬୩,  ୩୭୬ଡି, ୩୪୨ ଏବଂ ପୋକ୍ସୋ ଆକ୍ଟ୍ ଆଧାରରେ କେସ୍ ରୁଜୁ କରିଛି । ଏହା ପରେ ଅଭିଯୁକ୍ତ ମାନଙ୍କର ତଲାସରେ ପୋଲିସ୍ ଏକ ଟିମ୍ ଗଠନ କରିଛି । ମହିଳା ସଂଗଠନ ଗୁଡିକ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି  ।

Latest Posts

Don't Miss