spot_img

Latest Posts

ରାଜଧାନୀରେ ବଡ଼ ଅଘଟଣ: ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ବୁଦ୍ଧ ପାର୍କ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଆଉ ଜଣଙ୍କୁ ପ୍ରେମ କରୁଥିବା ନେଇ ସନ୍ଦେହ କରୁଥିଲା ପ୍ରେମିକ । ଆଜି ସକାଳୁ ଏନେଇ ବୁଦ୍ଧ ପାର୍କ ନିକଟରେ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପ୍ରେମିକାର ତଣ୍ଟି କାଟିଦେଇଥିଲା ଅଭିଯୁକ୍ତ ଯୁବକ। ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ପ୍ରେମିକ ଜଣଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । ପ୍ରେମିକ ଓ ପ୍ରେମିକା ଉଭୟଙ୍କ ଘର ଦାର୍ଜିଲିଂ ବୋଲି ଜଣାପଡିଛି । ବୁଦ୍ଧ ପାର୍କ ନିକଟରେ ଉଭୟ ମୋମୋ ଦୋକାନ କରିଥିଲେ । ଅଭିଯୁକ୍ତ ପ୍ରେମିକର ନାଁ ଟିଙ୍କୁ ଗୁରୁମ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିବ ପୋଲିସ ।

Latest Posts

Don't Miss