ପ୍ରେମିକକୁ ଖୁସି କରିବାକୁ ଘରୁ ସୁନା ଜିନିଷ ଚୋରି କରୁଥିଲା ପ୍ରେମିକା

ବାଲେଶ୍ୱର: ପ୍ରେମିକକୁ ଖୁସି କରିବାକୁ ଘରୁ ସୁନା ଜିନିଷ ଚୋରି କରୁଥିଲା ପ୍ରେମିକା । ବାପାଙ୍କ ଅଭିଯୋଗ ଆଧାରରେ ଝିଅ ସହ ପ୍ରେମିକ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣଶ ଘଟିଛି ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଜଣେ ଯୁବତୀ ନିଜ ଘର ଆଲମିରାରୁ ସୁନା ଗହଣା ଚୋରି କରି ପ୍ରେମିକକୁ ଦେଉଥିଲେ । ଏକ ଭୋଜିକୁ ଯିବା ବେଳେ ଆଲମିରାରେ ସୁନା ଅଳଙ୍କାର ନଥିବା ପରିବାର ଲୋକେ ଦେଖିଥିଲେ ।
ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ବାପା । ଯୁବତୀ ଓ ତାଙ୍କ ପ୍ରେମିକ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ପ୍ରେମିକ ପାଖରୁ୭ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ ହୋଇଛି । ଏହାସହ କିଛି ସୁନା ବ୍ୟାଙ୍କରେ ବନ୍ଧା ଦେଇ ଋଣ ଆଣିଥିବା ଜଣାପଡ଼ିଛି ।