ବିବାହ ପାଇଁ ମନା କଲେ ବୋଲି ଅଫିସ ଆଗରେ ପ୍ରେମିକାକୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ: ଅଫିସ ଆଗରେ ପ୍ରେମିକାକୁ ହତ୍ୟା । ୧୬ ଥର ଛୁରୀ ଭୁଶି ହତ୍ୟା କଲା ନୃଶଂସ ପ୍ରେମିକ । ଘଟଣା ଘଟିଛି ବେଙ୍ଗାଲୁରୁ ମୁରୁଗେସପଲ୍ୟାରେ । ମୃତ ଯୁବତୀ ହେଲେ ଆନ୍ଧ୍ରପ୍ରଦେଶ କାକିନାଡାର ଲୀଲା ପବିତ୍ରା । ଲୀଲା ବେଙ୍ଗାଳୁରୁରେ ଓମେଗା ହେଲ୍ଥ କେୟାର ମ୍ୟାନେଜମେଣ୍ଟ ସର୍ଭିସରେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଦିନାକର ବନାଲା ବେଙ୍ଗାଳୁରୁର ଅନ୍ୟ ଏକ ହେଲଥ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିଲେ ।

ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ମାତ୍ର ଲୀଲାଙ୍କ ପରିବାର ବାହାଘର ପାଇଁ ରାଜି ହୋଇ ନଥିଲେ । ସେହି ରାଗରେ ଦିନାକର ଲୀଲାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ପୋଲିସ କହିଛି । ଗତକାଲି ସନ୍ଧ୍ୟାରେ ଲୀଲାଙ୍କ ଅଫିସ ବାହାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସର୍ବସମ୍ମୁଖରେ ଦିନାକର ପକେଟରୁ ଛୁରୀ ବାହାର କରି ଲୀଲାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଲୀଲାଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।