ଅଳ୍ପକେ ବର୍ତ୍ତିଗଲା ମାଆ, ଆଖି ବୁଜିଦେଲା ଝିଅ

ନୂଆପଡ଼ା: ମାଆ ଆାଗରେ ଆଖି ବୁଜିଦେଲା ଝିଅ । ଦୁର୍ଘଟଣାରେ ଆରପାରିକୁ ଚାଲିଗଲା ୮ ବର୍ଷର ଅଲିଅଳି । ଖଡ଼ିଆଳ ସଦର ଦେଇ ନୂଆପଡାକୁ ସଂଯୋଗ ରାସ୍ତାର ବୋଡେନ୍‌ ଛକଠାରେ ଘଟିଥିବା ଦୁର୍ଘଟଣାରେ ମାଆା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଝିଅଟିର ମୃତ୍ୟୁ ଘଟିଛି । ଖଡ଼ିଆଳ ଥାନା ବାଦି ଗାଁର ଦିବ୍ୟସିଂହ ଖଂପରିଆ ବାଇକ୍‌ରେ ଓ ତାଙ୍କ ସ୍ତ୍ରୀ ସ୍କୁଟିରେ ନିଜ ଝିଅ ବୈଷ୍ଣବୀ ଖଂପରିଆକୁ ବସାଇ ନିଜ ଗାଁକୁ ଯାଉଥିଲେ। ଏହି ସମୟରେ ନୂଆପଡା ପଟୁ ଆସୁଥିବା ଟ୍ରକଟି ଓଭରଟେକ୍‌ କରି ଗଲାବେଳେ ସ୍କୁଟି ସହ ଧକ୍କା ହୋଇଥିଲା ।  ଝିଅଟି ଟ୍ରକର ଚକା ତଳେ ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ଓ ପୋଲିସ ବିଭାଗ ପହଞ୍ଚି ମୃତ ଝିଅକୁ ଉଦ୍ଧାର କରିଥିଲେ।

 

Leave a Reply