ଦାଣ୍ଡରେ ଖେଳୁଥିବା ବେଳେ ଚାପିଦେଲା ଜେସିବି

ଅନୁଗୁଳ: ଖେଳୁ ଖେଳୁ ଚାଲିଗଲା ଜୀବନ । କିଛି ବୁଝିବା ଆଗରୁ ସବୁ କିଛି ଅନ୍ଧାର ହୋଇଗଲା । ଜେସିବି ଚକା ତଳେ ଚାଲିଗଲା ଶିଶୁ କନ୍ୟାର ଜୀବନ ।  ଏଭଳି କିଛି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୁଆଁଗାଁରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ପାଇପଲାଇନ ବିଛା ଯିବା ପାଇଁ ଏକ ଜେସିବି ମେସିନ ଗାଁରେ କାମ କରୁଥିଲା । ସେହି ସମୟରେ ସେଠାରେ ପଞ୍ଚୁ ନାଏକଙ୍କ ୩ବର୍ଷର ଝିଅ ପିପିଲି ନାଏକ ଖେଳୁଥିଲେ । ଜେସିବି ମେସିନ ମାଟି ଖୋଳି ଖୋଳି ପଛକୁ ଆସୁଥିବା ବେଳେ ପିପିଲି  ଜେସିବିର ଚକା ତଳକୁ ଚାଲି ଆସିଥିଲେ । ଯାହାକି ଡ୍ରାଇଭର ଜଣକ ଜାଣପାରି  ନଥିଲେ ।

ଫଳରେ ଜେସିବି ମେସିନଟି ପିପିଲିର ଉପରେ ପୁରା ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।  ଗ୍ରାମବାସୀ ଜେସିବି ମେସିନ ଓ ଚାଳକକୁ ଅଟକ ରଖିବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Leave a Reply