ସରପ୍ରାଇଜ୍ ଦେବାପାଇଁ ଭାବୀ ସ୍ବାମୀଙ୍କୁ ଡାକିଲେ ମହିଳା, ମିଳିଲା ଏମିତି ସରପ୍ରାଇଜ୍

1 min read

ଅମରାବତୀ: ସରପ୍ରାଇଜ୍ ଦେବାକୁ କହି ଭାବୀ ସ୍ବାମୀଙ୍କୁ ଦେଖା କରିବାକୁ ଡାକିଲେ ମହିଳା । ଆାଉ ଏହି ବାହାନାରେ ମହିଳା ଜଣଙ୍କ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆନ୍ଧ୍ର ପ୍ରଦେଶର ଜଣେ ମହିଳାଙ୍କ ଉପରେ ହତ୍ୟାର ଆରୋପ ଲାଗିଛି । ସେ ବାହା ହେବାକୁ ଥିବା ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

କ’ଣ ରହିଛି ପୂରା ଘଟଣା ଜାଣନ୍ତୁ …

ପୁଷ୍ପା ନାମକ ମହିଳା ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ । କିନ୍ତୁ ତାଙ୍କ ପରିବାରଲୋକେ ରାମୁ ନାଇଡୁ ନାମକ ବ୍ୟକ୍ତିଙ୍କ ସହ ବାହାଘର କରିବାକୁ ଠିକ କରିଥିଲେ । ରାମୁ ପସନ୍ଦ ନଥିବାରୁ ତାଙ୍କୁ ସରପ୍ରାଇଜ୍ ଦେବାକୁ କହି ଦେଖା କରିବାକୁ ଡାକିଥିଲେ ପୁଷ୍ପା। ତାଙ୍କ ସହ ଦେଖା କଲାବେଳେ ପୁଷ୍ପା ରାମୁଙ୍କ ଉପରକୁ ଅଚାନକ ଏକ ଛୁରୀରେ ଆକ୍ରମଣ କରିଥିଲେ ।  ପୁଷ୍ପା ରାମୁଙ୍କର ବେକକୁ ଆକ୍ରମଣ କରିଥିବାରୁ ସେ ଗଭୀରଭାବେ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ଏହି ଘଟଣା ବିଶାଖାପଟନମରେ ଘଟିଛି । ପୋଲିସର କହିବା କଥା ହେଲା ଆହତ ହୋଇଥିବା ରାମୁ ନାଇଡୁ ଏବଂ ପୁଷ୍ପାଙ୍କର ଆଗାମୀ ମାସରେ ବାହାଘର ହେବାର ଥିଲା । ୨୨ ବର୍ଷିୟ ପୁଷ୍ପାଙ୍କ ପାଠପଢ଼ା ଶେଷ ହୋଇଛି । ରାମୁ CSIRରେ ବୈଜ୍ଞାନିକ ଅଛନ୍ତି । ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଛି । ୨୦ ମେ’ରେ ଦୁହିଁଙ୍କର ବାହାଘର ହେବାର ଥିଲା । ପୁଷ୍ପା ବାହା ନ ହେବାକୁ ଘର ଲୋକଙ୍କୁ କହିଥିବା ସତ୍ତ୍ବେ ଘରଲୋକ ତାଙ୍କୁ ଜବରଦସ୍ତି ବାହା କରାଉଥିଲେ ।