ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଶରୀରରେ ପିଟିଲେ କଣ୍ଟା, ଜୀବନ୍ତ ଜାଳିଦେଲେ
1 min readଇମ୍ଫାଲ: ମଣିପୁରର ଜିରିବାମ ଜିଲ୍ଲାରେ ସବୁ ସୀମା ଟପିଗଲେ ସନ୍ଦିଗ୍ଧ ଉଗ୍ରବାଦୀ । ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳିଦେଲେ ଉଗ୍ରବାଦୀ । ଏହାପରେ ପାଖାପାଖି ୨୦ଟି ଘର ସେମାନେ ଜାଳି ଦେଇଛନ୍ତି । ମହିଳାଙ୍କ ତିନୋଟି ସନ୍ତାନ ଅଛନ୍ତି । ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଗ୍ରବାଦୀଙ୍କ ଘୃଣ୍ୟ କାମର ପର୍ଦ୍ଦାଫାଶ ହୋଇଛି ।
ପିଡିତା ଜୀବନ୍ତ ଥିବାବେଳେ ତାଙ୍କ ଶରୀରରେ କଣ୍ଟା ବାଡେଇବା ସହ ଜଳାଇବା ସମୟରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଛି । ନଭେମ୍ବର ୭ରେ ତିନି ପିଲାଙ୍କ ୩୧ ବର୍ଷୀୟ ମା’ଙ୍କ ସହ ଏଭଳି ଘଟଣା ଘଟିଛି । ଏହି ଘଟଣା ପରେ ହିଂସା ଆହୁରି ବୃଦ୍ଧି ପାଇଛି । ସେହି ରାତିରେ ଜୈରାବନରେ ୧୭ଟି ଘରେ ଲୁଟପାଟ ପରେ ଅପରାଧୀ ମାନେ ଘର ଗୁଡିକରେ ନିଆଁ ଲଗାଇ ଦେଇଛନ୍ତି ।
ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଡାହାଣ ଜଙ୍ଘର ପଛପଟେ ବଡ କ୍ଷତ ଓ ବାମ ଜଙ୍ଘରେ କଣ୍ଟା ପିଟାଯାଇଥିବା ଉଲ୍ଲେଖ ଅଛି । ଶରୀର ୯୯ ପ୍ରତିଶତ ଜଳିଯାଇଛି । ଏପରିକି ଭଙ୍ଗା ହାଡ ଗୁଡିକ ଜଳିଯାଇଛି । ମହିଳାଙ୍କ ଡାହାଣ ଭାଗ ଅଙ୍ଗ ଓ ଚେହେରାର ସରଞ୍ଚନା ହି ଗାଏବ ହୋଇଯାଇଛି । ମହିଳାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର ବେଳେ ତାଙ୍କ ସ୍ବାମୀ ଓ ତିନି ପିଲା କେଉଁଠି ଥିଲେ ତାହା ଜଣାପଡିନାହିଁ ।
ଫେରଜାୱଲ ଓ ଜିରିବାମର ସ୍ବଦେଶୀ ଜନଜାତି ସମିତି ଜୁଡବାଁ ଆଦିବାସୀ ପ୍ରଧାନ ଜିଲ୍ଲା କୁକୁ-ଜୋମି-ହମାର ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।