ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ନିଶାସକ୍ତ ଯୁବକ । ରାସ୍ତା ମଝିରେ ଗାଲକୁ ଗାଲକୁ ସେକିଲେ ଯୁବତୀ । ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ସହ ଲୋକମାନେ ମଧ୍ୟ ମିଶି ଯୁବକକୁ ଧୁମ୍ ପିଟିଛନ୍ତି ।

ଭୁବନେଶ୍ୱର କଳ୍ପନା ଛକରେ ଏହି ଘଟଣା ଘଟିଛି । ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକ ତାଙ୍କୁ ପିଛା କରି କମେଣ୍ଟ ମାରିଥିଲା । ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିଥିଲା ।

କଳ୍ପନା ଛକରେ ଯୁବତୀ ଓ ସ୍ଥାନୀୟ ଲୋକମାନେ ମିଶି ତାକୁ କାବୁ କରି ଧୁମ୍ ଛେଚିଛନ୍ତି । ପୋଲିସ ପହଞ୍ଚି ଯୁବକକୁ ଲକ୍ଷ୍ମୀସାଗର ଥାନାକୁ ନେଇଛି । ଯୁବକର ପରିଚୟ ମିଳିପାରିନାହିଁ ।


