ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କ ବିୟୋଗ: ପାଣ୍ଡେଙ୍କ ସାକ୍ଷ୍ୟ ଦ୍ବାରା ପଦ ହରାଇଥିଲେ ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସାକ୍ଷ୍ୟ ଦେଇ ଏକଦା ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଆଇନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କ ପରଲୋକ ଘଟିଛି । ଶ୍ରୀ ପାଣ୍ଡେ ରାୟବରେଲିର ସରେନୀ ଥାନା ଅଞ୍ଚଳର ଶିବପୁର ଗ୍ରାମର ବାସିନ୍ଦା ଥିଲେ । ଆଜି ସକାଳୁ ତାଙ୍କର ପରଲୋକ ଘଟିଥିଲା । ଇନ୍ଦିରାଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିବା ଭାଜପାର ବରିଷ୍ଠ ନେତା ପାଣ୍ଡେଙ୍କ ଧମର୍ପତ୍ନୀ ଗୋଟିଏ ଦିନ ପୂର୍ବରୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।

୧୯୭୧ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ନିର୍ବାଚନରେ ଭ୍ରଷ୍ଟାଚାର ନେଇ ଅଭିଯୋଗ ଆସିଥିଲା । ନିଜେ ଇନ୍ଦିରା ରାୟବରେଲିରୁ ଜିତିଥିଲେ ଓ ତାଙ୍କ ବିପକ୍ଷରେ ଲଢ଼ୁଥିବା ରାଜନାରାୟଣ ଇନ୍ଦିରାଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ଏହି ମାମଲାର ଶୁଣାଣି ତତ୍କାଳୀନ ଜଜ ଜଗେମାହନ ଲାଲ ସିହ୍ନା କରୁଥିଲେ । ସେହି ସମୟରେ ଲାଲଗଞ୍ଜରେ ସଂଘର କାର୍ଯ୍ୟକର୍ତ୍ତା ଥିବା ପାଣ୍ଡେ ଇନ୍ଦିରାଙ୍କ ବିରୋଧରେ ମୁଖ୍ୟ ସାକ୍ଷୀ ଥିଲେ । ପାଣ୍ଡୋଙ୍କୁ ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଅଟଳ ଥିଲେ । ସେ ଇନ୍ଦିରାଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବା ପରେ ଜଜ ସିହ୍ନା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ନିର୍ବାଚନକୁ ଅବୈଧ ଘୋଷିତ କରିଦେଇଥିଲେ ।