ଓଡ଼ିଆ ପୁଅ ହେବେ ଦେଶର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ
1 min readନୂଆଦିଲ୍ଲୀ: ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁ ଦାୟିତ୍ୱ । ଭାରତର ନୂଆ (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ମିଳିଲା ନିଯୁକ୍ତି । ସେ ୧୯୮୫ ବ୍ୟାଚ୍ର ଗୁଜୁରାଟ୍ କ୍ୟାଡର ଆଇଏଏସ୍ ଅଫିସର । ନରେନ୍ଦ୍ର ମୋଦି ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ଏଥିସହିତ ଶ୍ରୀ ମୁର୍ମୁ ଜମ୍ମୁ କଶ୍ମୀର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ତେବେ ସେ ଗତକାଲି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି ।
ସିଏଜି ହେଉଛନ୍ତି ଭାରତ ସରକାରଙ୍କ ଚିଫ୍ ଅଡିଟର । ରାଫେଲ୍ ପୂର୍ବରୁ କୋଇଲା ଖଣି ଆବଣ୍ଟନ, ଟେଲିକମ୍ ସ୍ପେକ୍ଟ୍ରମ୍ ଆବଣ୍ଟନ, ଅଲ୍ଟ୍ରା ମେଗା ପାଓ୍ୱାର ପ୍ରୋଜେକ୍ଟସ୍ ଏବଂ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଉପରେ ନିଜ ରିପୋର୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ପାଖାପାଖି ୧ ବର୍ଷ ହେବ ସେ, ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ ନୂଆ ଲେଫ୍ଟନାଣ୍ଟ ଜେନେରାଲଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ହେଉଛନ୍ତି ମନୋଜ ସିହ୍ନା । ଜାମ୍ମୁ କାଶ୍ମୀରର ଦ୍ୱିତୀୟ ଉପ-ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗୁରୁବାର ସକାଳେ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଭବନ ତରଫରୁ ଘୋଷଣା କରାଯାଇଛି ।