ଓଡ଼ିଆ ପୁଅଙ୍କ ସଫଳତା, ଜମ୍ମୁ ଓ କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ନିଯୁକ୍ତ

1 min read

ଭୁବନେଶ୍ୱର: ୧୯୮୫ ମସିହା ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଧିକାରୀ ଗିରୀଶ୍ ଚନ୍ଦ୍ର ମୁର୍ମୁ ଜମ୍ମୁ ଓ କଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳର ମୂଳ ବାସିନ୍ଦା ହେଉଛନ୍ତି ଗିରୀଶ ମୁର୍ମୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ପ୍ରମୁଖ ଶାସନ ସଚିବ ଥିଲେ ଗିରୀଶ । ଏବେ ଜାମ୍ମୁ ଓ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରେ ନୂଆ ନିଯୁକ୍ତି ଦିଆଯାଇଛି ।

ସେଠାରେ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ବଦଳି କରାଯାଇଛି । ବର୍ତ୍ତମାନ ଅର୍ଥ ବିଭାଗରେ ଖର୍ଚ୍ଚ ସଚିବ ଅଛନ୍ତି ଗିରୀଶ ।

')}

Leave a Reply