ଶୀତଦିନେ ଆପଣମାନେ ଆବଶ୍ୟକତା ଠାରୁ ଅଧିକ ଅଦା ଖାଉନାହାନ୍ତି ତ? ଜାଣନ୍ତୁ ଏହାର କ୍ଷତି ବିଷୟରେ…

1 min read

ପ୍ରତ୍ୟେକ ଭାରତୀୟ ଘରେ ଘରେ ଅଦାର ବ୍ୟବହାର କରିଥାନ୍ତି । ଚା’ରେ ଏହାର ବ୍ୟବହାର କରାଯିବା ସହିତ ଅନେକ ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ମଧ୍ୟ ଏହାର ଉପଯୋଗ କରାଯାଇଥାଏ । ଥଣ୍ଡା ସିଜିନରେ ଇମ୍ୟୁନିଟି ବୁଷ୍ଟ କରିବା ଓ ସର୍ଦ୍ଦି-କାଶରୁ ମୁକ୍ତି ପାଇବା ପାଇଁ ଅଦାକୁ ବ୍ୟବହାର କରାଯାଇଥାଏ । ଏଥିରେ ରହିଥିବା ଔଷଧୀୟ ଗୁଣ ଆମର ସ୍ବାସ୍ଥ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ । ମାତ୍ର ଅତ୍ୟଧିକ ମାତ୍ରାରେ ଅଦାର ବ୍ୟବହାର ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଅଦା ସେବନର ପାର୍ଶ୍ବପ୍ରତିକ୍ରିୟା ବିଷୟରେ ଆସନ୍ତୁ ଜାଣିବା ।
୧- ପେଟରେ ଗ୍ୟାସ ସୃଷ୍ଟି ସମସ୍ୟା
ଅଧିକ ଅଦା ସେବନ କରିବା ଫଳରେ ପେଟରେ ଗ୍ୟାସ ସୃଷ୍ଟି ସମସ୍ୟା ହୋଇପାରେ । ଏହାକୁ ଅଧିକ ଖାଇବା ଫଳରେ ପେଟ ଯନ୍ତ୍ରଣା, ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ ।
୨- ରକ୍ତ ପତଳା ହୋଇପାରେ
ଅଧିକ ମାତ୍ରାରେ ଅଦା ସେବନ ଆମର ରକ୍ତକୁ ପତଳା କରିବା ଦିଗରେ କାମ କରିଥାଏ । ଏହି କାରଣରୁ ଚୋଟ ଲାଗିଲେ ରକ୍ତର ଜବାଟ ଶୀଘ୍ର ସୃଷ୍ଟି ହୋଇ ପାରିନଥାଏ ।
୩- ଗର୍ଭଧାରଣ
ଗର୍ଭବତୀ ମହିଳାମାନେ କମ୍ ଅଦା ସେବନ କରିବା ଉଚିତ । ଅଧିକ ଅଦା ସେବନ କରିବା ଫଳରେ ଗର୍ଭଧାରଣରେ ବିପଦ ସୃଷ୍ଟି ହୋଇଥାଏ ।
୪- ଲୋ ବ୍ଲଡ ପ୍ରେସର ସମସ୍ୟା
ଯେଉଁ ଲୋକଙ୍କ ଠାରେ ଲୋ ବ୍ଲଡ ପ୍ରେସର ସମସ୍ୟା ରହିଥାଏ, ସେମାନେ କମ୍ ମାତ୍ରାରେ ଅଦା ସେବନ କରିବା ଉଚିତ୍ । ରକ୍ତକୁ ପତଳା କରିବାର ଗୁଣ ଅଦାରେ ରହିଥାଏ । ଏପରି ସ୍ଥିତିରେ ଏହା ଲୋ ବ୍ଲଡ ପ୍ରେସରର ସମସ୍ୟାକୁ ଆହୁରି ବଢ଼ାଇପାରେ ।
୫- ଡାଇବେଟିସ
ଅଧିକ ଅଦା ସେବନ କରିବା ଫଳରେ ଶୁଗର ସ୍ତର କମ୍ ହୋଇପାରେ । ଯେଉଁମାନଙ୍କର ଡାଇବେଟିସ ସ୍ତର କମ୍, ସେମାନେ ଅଧିକ ଅଦା ସେବନରୁ ଦୂରେଇ ରହିବା ଉଚିତ ।
୬- ଚର୍ମ ସମ୍ବନ୍ଧୀୟ ସମସ୍ୟା
ଆବଶ୍ୟକତା ଠାରୁ ଅଧିକ ଅଦା ଖାଇବା ଫଳରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହି କାରଣରୁ କୁଣ୍ଡିଆ, ଆଖି ଲାଲ, ଆଖି କୁଣ୍ଡାଇ ହେବା ଓ ଗଳା ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।
ସାଧାରଣ ଲୋକମାନେ ୧-୨ ଗ୍ରାମର ଅଦା ସେବନ କରିବା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଏହାକୁ ଆପଣମାନେ ଚା’ କିମ୍ବା ଖାଦ୍ୟରେ ମିଶାଇ ପାରିବେ । ମାତ୍ର ଏହାର ଅତ୍ୟଧିକ ଉପଯୋଗରୁ ଦୂରେଇ ରହିବେ ।