spot_img

Latest Posts

ଜାଣନ୍ତୁ ସେହି ମହିଳା କିଏ ଯାହାଙ୍କ ଚୁମ୍ବନ ନେଇଥିଲା ବ୍ରିଟିଶ ମନ୍ତ୍ରୀଙ୍କ ଚାକିରି

ବ୍ରିଟେନ୍: ନିଜ ସହକର୍ମୀଙ୍କୁ କିସ୍ କରି ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକାକ୍ ଏବେ ଖୁବ୍ ଚର୍ଚ୍ଚାରେ। ମେଟ୍ ସହକର୍ମୀ ଜିନା କୋଲାଡେଙ୍ଗଲୋଙ୍କୁ କିସ୍ କରି କୋଭିଡ ନିୟମ ଉଂଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏଭଳି ହେଲା ଯେ ତାଙ୍କୁ ପଦବୀରୁ ଇସ୍ତଫା ଦେବାକୁ ପଡିଛି।

୪୩ ବର୍ଷୀୟ ଜିନା କୋଲାଡେଙ୍ଗଲୋ ଜଣେ ବିଜନେସ୍ ୱିମେନ୍ ସଙ୍ଗେସଙ୍ଗେ ଡିପାର୍ଟମେଣ୍ଟ ଅଫ୍ ହେଲଥର ଆଡଭାଇଜର୍ ମଧ୍ୟ । ଏଥିସହିତ ସେ ଓଲିଭର ବୋନାସ୍ କମ୍ପାନୀର କମ୍ପ୍ୟୁନିକେସନ୍ ଡାଇରେକ୍ଟର ମଧ୍ୟ ରହିଛନ୍ତି ତେବେ ମେଟଙ୍କ ସହ ଏଭଳି ଖବର ପ୍ରଚାର ହେବା ପରେ ଜିନା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

କେବଳ ଏତିକି ନୁହେଁ ଜିନାଙ୍କ ସ୍ୱାମୀ ଓଲିଭର ଟ୍ରସ୍ ଏହି ଫ୍ୟାଶନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ କମ୍ପାନୀର ଫାଉଣ୍ଡର ମଧ୍ୟ। ଏହାବ୍ୟତୀତ ଲବିଂ ଫାର୍ମ କମ୍ପାନୀ ଲୁଥର ପେଡାଗନରେ ଡାଇରେକ୍ଟର ଭାବେ ଜିନା ଅବସ୍ଥାପିତ ରହିଥିବା ବେଳେ କମ୍ପାନୀର ମୁଖ୍ୟ ଶେୟାର ହୋଲଡର ।

ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚରେ ମେଟ୍ ଜିନାଙ୍କୁ ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ । ହେଲେ ଏହି ପଦବୀ ପାଇଁ ତାଙ୍କୁ କୌଣସି ପ୍ରକାରର ଦରମା ଦିଆଯାଉନଥିଲା । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସରେ ଜିନାଙ୍କୁ ସେ ଡିଏଚଏସସିର ନନ୍-ଏକଜୁକେଟିଭ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

ସଣ୍ଡେ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ମେଟ୍ ଜିନାଙ୍କ ସହ ପରାମର୍ଶ କରି ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଜିନା ମଧ୍ୟ ହେନକକଙ୍କ ହ୍ୱାଇଟ୍ ହଲ୍ ଅଫିସରେ ଅଧିକ ସମୟ ବିତାଇଥାନ୍ତି ।

ଏଭଳି ଘଟଣା ପରେ ମେଟଙ୍କ ୧୫ ବର୍ଷର ବୈବାହିକ ସମ୍ପର୍କକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି । ଗତ ବର୍ଷ ଏହି ବିବାଦୀୟ ନିଯୁକ୍ତି ପରେ ଡାଉନିଂ ଷ୍ଟ୍ରିଟ୍ ନିକଟରେ ଦୁହିଁଙ୍କୁ ବହୁବାର ଏକାଠି ଦେଖାଯାଇଛି । ଏପରିକି ସିଭିଲ୍ ସରଭେଣ୍ଟଙ୍କ ସହ ଜିନା ଗୋପନୀୟ ବୖେଠକରେ ମଧ୍ୟ ସାମିଲ ହୋଇଥାନ୍ତି ।

କିସ୍ ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ ମେଟଙ୍କୁ ଭଣ୍ଡ କହିବାକୁ ବି ପଛାଇ ନାହାଁନ୍ତି । ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ କହୁଥିବା ବେଳେ ଖୋଦ୍ ନିଜ ସହକର୍ମୀଙ୍କୁ କିସ୍ କରୁଛନ୍ତି । ଏହା ପରେ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ଚାପ ପଡୁଥିବା ବେଳେ ସେ ପଦବୀରୁ ଇସ୍ତଫା ଦେଇଛନ୍ତି ।

Latest Posts

Don't Miss