କେନ୍ଦ୍ରାପଡ଼ା ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଜେଡି ସାଂସଦ

କେନ୍ଦ୍ରାପଡ଼ାର ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ଦାବି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିକଟରେ ଦାବି ଜଣାଇଲେ ୩ ବିଜେଡି ସାସଂଦ । ବିଜେଡି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାନ୍ ଓ ସାଂସଦ ମମତା ମହନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

       ଇତିହାସ ଅନୁଯାୟୀ ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪ଶହ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ବଳଦେବଜୀଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା  । ସୁସ୍ୱାଦୁ ମିଷ୍ଟାର୍ଣ୍ଣ ରସାବଳିକୁ କେନ୍ଦ୍ରାପଡ଼ା ବାସୀ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏପରିକି ଏହି ରସାବଳି ଦେଶ, ବିଦେଶକୁ ବ୍ୟାପିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଜି.ଆଇ ଟ୍ୟାଗ୍ ହୋଇପାରିନାହିଁ । ଦେଶ ଓ ରାଜ୍ୟର  ପ୍ରମୁଖ ପ୍ରଦର୍ଶନୀ ଓ  ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳି ପ୍ରଦର୍ଶିତ ଆଦୃତ ହୋଇପାରିଛି ଦିଲ୍ଲୀ ଟୁ ଓଡ଼ିଶା ପୁର ପଲ୍ଳୀ ପର୍ଯ୍ୟନ୍ତ ବିଭିନ୍ନ ଜାନି ଯାତ୍ରା, ମେଳା ଓ ପ୍ରଦର୍ଶନୀମାନଙ୍କରେ ରସାବଳି ପ୍ରଦର୍ଶି ହୋଇ ଆଦୃତ ହୋଇପାରିଛି । କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିପାରିଲେ, ଏହା ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପାଇପାରିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ । ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ ଓ ବିଶ୍ୱର ସବୁଠାରୁ ଆକର୍ଷିତ ସ୍ଥାନ ଭିତର କନିକା ଜୈବ ବିଭିଦତା, ୧୮୦ ବର୍ଷ ପୁରୁଣା ବ୍ରିଟିଶ ସମୟର ହୁକିଟୁଲା ବତୀଘର ଓ ବଙ୍ଗୋପସାଗର ବିସ୍ତିର୍ଣ୍ଣ ଜଳରାଶି ଆଧି ପର୍ଯ୍ୟଟକମାନଙ୍କୁ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରକୁ ଆକର୍ଷଣ କରିବାରେ ଏକ ବଡ଼ ଭୂମିକା ନେବାରେ ସହାୟକ ହେବ  ।

Leave a Reply