ହାଇଦ୍ରାବଦାରେ ବିଜେପିକୁ ବଡ଼ ସଫଳତା ! କଂଗ୍ରେସକୁ ୨, ଖାତା ଖୋଲିପାରିଲାନି ଟିଡିପି…

1 min read
hydrabad Politics

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍‌ର ନିର୍ବାଚନ ଫଳାଫଳ ଆସିସାରିଛି । ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଚମତ୍କାର ପ୍ରଦର୍ଶନ କରିବା ସହ ୪୯ଟି ସିଟ୍ ଦଖଲ କରିଛି । ଯଦିଓ ଆଉ ଏକ ଗେରୁଆ ଦଳର ପ୍ରଦର୍ଶନ ଭଲ ଥିଲା, କିନ୍ତୁ କଂଗ୍ରେସ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

କଂଗ୍ରେସ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପାଇଁ ପରାଜୟ ଅତ୍ୟନ୍ତ ଲଜ୍ଜାଜନକ, କାରଣ ଉଭୟ ଦଳ ମ୍ୟୁନିସିପାଲିଟି ନିର୍ବାଚନରେ ​​୧୦୦ ରୁ ଅଧିକ ପ୍ରାର୍ଥୀ ଛିଡ଼ା କରିଥିଲେ, ହେଲେ କେବଳ ୨ଟି ସିଟ୍‌ରେ ହିଁ ସେ ବିଜୟ ହାସଲ କରିପାରିଛନ୍ତି । ଆଉ ଏହି ଦୁଇଟି ବିଜୟ କଂଗ୍ରେସ ଖାତାକୁ ଯାଇଛି ।

ବିଜେପିଠାରୁ ଅଧିକାଂଶ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସ ମଧ୍ୟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​ ପୁଣି ଶୋଚନୀୟ ପରାଜୟ ସ୍ୱୀକାର କରିଛି । କଂଗ୍ରେସ ପକ୍ଷରୁ ମୁନିସିପାଲଶଟିରେ ୧୫୦ଟି ଆସନ ମଧ୍ୟରୁ ୧୪୬ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ଆଉ ସେଥିରୁ ଦୁଇଟି ଆସନରେ ବିଜୟ ହାସଲ କରିଛି ।

ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ସ୍ଥିତି କଂଗ୍ରେସ ଅପେକ୍ଷା ଅଧିକ ଶୋଚନୀୟ ରହିଛି । କାରଣ ୧୯୬ଟି ଆସନରେ ପ୍ରାର୍ଥୀ ଦେଇଥିଲା ଏହି ଦଳ କିନ୍ତୁ ଏହାର ଗୋଟିଏ ବି ପ୍ରାର୍ଥୀ ବିଜୟ ଟିକା ପିନ୍ଧି ପାରିନାହାନ୍ତି ।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି, ମ୍ୟୁନିସିପାଲିଟି ନିର୍ବାଚନରେ ୧୪୯ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଜିତିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ପ୍ରଚାର ପାଇଁ ଡାକିଥିଲା । ନିର୍ବାଚନରେ ଏହାର ପ୍ରଭାବ ମଧ୍ୟ ଦେଖାଯାଇଥିଲା । ବିଜେପି ଖାତାରେ ୪୮ ଟି ଆସନ ରହିଛି । ଫଳରେ ​​AIMIM ତୃତୀୟ ସ୍ଥାନକୁ ଖସି ଆସିଛି ।ସୂଚନାଯୋଗ୍ୟ ୨୦୧୬ ମୁନିସିପାଲଟି ନିର୍ବାଚନରେ ବିଜେପି ମୋଟ ୩ଟି ଆସନରେ ବିଜୟ ହାସଲ କରିଥିଲା । ସେତେବେ ଟିଡିପି ସହ ବିଜେପିର ମେଣ୍ଟ ମଧ୍ୟ ଥିଲା ।

Leave a Reply