ଦରମା ନେଉଥିଲା, ଖାଦ୍ୟରେ ପରିସ୍ରା ମିଶାଇ ଦେଉଥିଲା ଘରୋଇ ସହାୟିକା

ନନ୍ଦିଘୋଷ ବ୍ୟୁରୋ: ଘରୋଇ ସହାୟିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଘର ମାଲିକ ।  ୮ ବର୍ଷ ଧରି ମାଲିକଙ୍କ ବିଶ୍ବାସରେ ବିଷ ଦେଉଥିଲା ଘରୋଇ ସହାୟିକା। ପରିସ୍ରା ମିଶା ଖାଦ୍ୟ ମାଲିକକୁ ଖାଇବାକୁ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ ।

ସୂଚନା ଅନୁଯାୟୀ, ଏକ ରିୟଲଇଷ୍ଟେଟ ବ୍ୟବସାୟୀଙ୍କ ପରିବାର ଲୋକେ ଘରୋଇ ସହାୟିକାର ଏଭଳି ଏକ ଅଜବ କାଣ୍ଡ ସମ୍ପର୍କରେ ୮ ବର୍ଷ ହେବ ଜାଣିପାରୁନଥିଲେ । ପ୍ରଥମେ ପ୍ରଥମେ ଯେତେବେଳେ ପେଟ ଏବଂ ଯକୃତ ରୋଗର ସାମ୍ନା କରିଥିଲେ ସେମାନେ ଭାବିଥିଲେ କି ଏହା ଏକ ସାଧାରଣ ସମସ୍ୟା। ଡାକ୍ତରଙ୍କ ପରାମର୍ଶ କରିଥିଲେ । ଆଉ ପରେ ଯେତେବେଳେ ପରିବାର ସମସ୍ତ ସଦସ୍ୟ ଏଭଳି ସମସ୍ୟା ଦେଇ ଜୁଝି ହୋଇଥିଲେ ସେମାନଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ଡାକ୍ତର କହିଥିଲେ କି, ଏହା ଖାଦ୍ୟ ଜନିତ ସମସ୍ୟା । ପରିବାର ଲୋକେ ଖାଦ୍ୟ ଉପରେ ନଜର ରଖିବା ପାଇଁ ଘରର କୋଣ ଅନୁକୋଣ ସାଙ୍ଗକୁ ରୋଷେଇ ଘରେ ସିସିଟିଭି ଲଗାଇ ଦେଇଥିଲେ । ଆଉ କ୍ୟାମେରା ଚାକରାଣୀର ଅସଲ ରୂପକୁ ପଦାରେ ପକାଇ ଦେଇଥିଲା । ମାଲିକଙ୍କ ପରିବାର ଲୋକେ ଏହି ଅଜବ କାରନାମା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ପରେ ଯାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ପ୍ରଥମେ ଭିଡିଓ ଦେଖି ଘରୋଇ ସହାୟିକାର ଏଭଳି ଅଶୋଭନୀୟ କାରନାମା ଦେଖି ଚକିତ ହୋଇ ଯାଇଥିଲେ । ତେବେ ଏଭଳି ଘୃଣ୍ୟ କାମ କରିଥିବା ଘରୋଇ ସହାୟିକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାତ୍ର ସେ ଏଭଳି କାହିଁକି କରୁଥିଲା ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ଯେକେହି ବି ଘରୋଇ ସହାୟିକାର ଏଭଳି କାରନାମା ସମ୍ପର୍କରେ ଶୁଣୁଛି ନିନ୍ଦା ନକରି ରହିପାରୁନି ।