ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ମଣତା ଗ୍ରାମରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବ । ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲା ଦନ୍ତା ହାତୀ । ବିଳମ୍ବିତ ରାତିରେ ମଣତା ଗ୍ରାମ ମହାନ୍ତ ସାହିରେ ଖାଦ୍ୟ ଅନ୍ୱେଷଣରେ ଆସି ସୀତା ବୋଦ୍ରା ଓ ପବିତ୍ର ମୋହନ ମାହାନ୍ତଙ୍କ ଘର ଓ ଝରକା ଭାଙ୍ଗିବା ସହ ରୋଷେଇ ସାମଗ୍ରୀ ଭାଙ୍ଗି ନଷ୍ଟ କରିଛି। ଦନ୍ତା ହାତୀ ଘର ଭାଙ୍ଗୁଥିବା ସମୟରେ ଭୟରେ ଘର ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀମାନେ ଆସି ଗୋଠଛଡା ଦନ୍ତା ହାତୀକୁ ଘଉଡାଇଥିଲେ । ଦନ୍ତା ହାତୀ ଯିବା ବେଳ ଗ୍ରାମର କିଛି ଚାଷୀ ମାନଙ୍କର ଚାଷ ନଷ୍ଟ କରିଛି ହାତୀ । ଖବର ପାଇ ଘଟଗାଁ ଫରେଷ୍ଟର ଓ ଷ୍ଟାପ ଗ୍ରାମରେ ପହଞ୍ଚି ହାତୀକୁ ଘଉଡାଇବାରେ ସାହାର୍ଯ୍ୟ କରିବା ସହ କ୍ଷୟକ୍ଷତି ହୋଇଥିବା ପରିବାରକୁ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

