କଲବଲ କରୁଛି ପାର୍କିଂ ବ୍ୟବସ୍ଥା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ

ଘଟଗାଁ : କେନ୍ଦୁଝର ଜିଲ୍ଲାର ମା ତାରିଣୀଙ୍କ ପୀଠ। ଏଠାକୁ ପ୍ରତ୍ୟକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ମାନଙ୍କର ସୁଅ ଛୁଟିଥାଏ। ଭିଡ ପାଇଁ ଶହ ଶହ ଗାଡି ମଟରର ସହରକୁ ପ୍ରବେଶ କରନ୍ତି। ଯାନ ବାହାନ ରଖିବା ପାଇଁ ଆବଶ୍ୟକ ପାର୍କିଂ ନଥିବାରୁ ଦିନକୁ ଦିନ ବଢୁଛି ଦୁର୍ଘଟଣା ସଂଖ୍ଯା। ମା ତାରିଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ମନ୍ଦିର ସମ୍ମୁଖରେ ଗୋଟିଏ ଛୋଟ ପାର୍କିଂ ସ୍ଥାନ ରହିଛି ତାହା ମଧ୍ୟ ୨୦-୩୦ଟି ଛୋଟ କାର ରହିଲେ ପୁରି ଯାଉଛି। ଟ୍ରାଫିକ ନିୟନ୍ତ୍ରଣ ଢିଲା ଥିବାରୁ ବହୁ ସଂଖ୍ୟାରେ ଗାଡି ରାସ୍ତା କଡରେ ଛିଡା ହେଉଛନ୍ତି।..
ମନ୍ଦିର ନିକଟରେ ଥିବା ବ୍ୟବସାୟୀ ମାନେ ନିଜର ବେପାର ପାଇଁ ପର୍ଯ୍ୟଟକଙ୍କ ଯାନ ଗୁଡିକୁ ନିଜ ଦୋକାନ ଆଗରେ ପାର୍କିଂ କରାଇଥାନ୍ତି। ଯାହାକି ଟ୍ରାଫିକ ସମସ୍ୟାକୁ ଅଧିକ ଜଟିଳ କରିଦେଉଥିବା ଅଭିଯୋଗ ହୋଇଛି। ଜାମ୍ ଯୋଗୁଁ ଘଟଗାଁରେ ପୂର୍ବରୁ ଅନେକ ଛୋଟ ବଡ ଦୃର୍ଘଟଣା ଘଟିଛି। କିଛି ଲୋକ ପ୍ରାଣ ହରାଇଥିବା ବେଳେ କିଛି ଗୁରୁତର ଆହତ ହୋଇଛନ୍ତି। ଏନେଇ ବାରମ୍ବାର ପୋଲିସକୁ ଜଣାଇଲେ ସୁଧା ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ପୂର୍ବରୁ ମନ୍ଦିର ପୂର୍ବ ପାର୍ଶ୍ବରେ ଥିବା ପାର୍କିଂ ସ୍ଥାନଟି ବିବାଦ କାରଣରୁ ବନ୍ଦ ହେବା ପରେ ସମସ୍ୟା ବଢିଥିବା କହିଛି ମନ୍ଦିର ପ୍ରଶାସନ। ସମସ୍ୟା ସମାଧାନ ପାଇଁ ପୋଲିସ ନିଜର ପଦକ୍ଷେପ ଗ୍ରହଣ କରୁଛି ମାତ୍ର ଆବଶ୍ୟକ ପାର୍କିଂ ସ୍ଥାନ ନଥିବା କାରଣରୁ ସମସ୍ୟା ସଂପୂର୍ଣ୍ଣ ସମାଧାନ ହେଇ ପାରୁ ନାହିଁ ବୋଲି ସ୍ଥାନୀୟ ପୋଲିସ କହିଛି ।