ନୂଆପଡ଼ା ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଭେଟରାନ କଂଗ୍ରେସ ନେତା ଘାସିରାମ ମାଝୀ । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏବେ ସେ ନୂଆପଡ଼ା ଜିଲ୍ଲା କଂଗ୍ରେସର ସଂଯୋଜକ ଅଛନ୍ତି । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆ ଯାଇ ନଥିଲା । ସର୍ବକ୍ଷମା ପରେ କଂଗ୍ରେସକୁ ଫେରି ଏବେ ଜିଲ୍ଲା ସଂଯୋଜକ ଅଛନ୍ତି ଘାସିରାମ । ଗତ ନିର୍ବଚନରେ ଘାସିରାମ ୫୧ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ ପାଇଥିଲେ । କଂଗ୍ରେସ ଭୋଟ ବ୍ୟାଙ୍କ ଦେଖି ଭୟଭୀତ ଅନ୍ୟ ଦଳ । କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର ଆସିଲେ ବି ବିକ୍ରି ହେବେନି ବୋଲି କହିଛନ୍ତି ଭକ୍ତ ।