spot_img

Latest Posts

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ ସାଲେହ୍‌: ତାଲିବାନ୍‌ ନେତା ଖଲିଲ୍‌ ହକ୍କାନୀ

କାବୁଲ: ବିତାଡ଼ିତ ଆଫଗାନ ରାଷ୍ଟ୍ରପତି ଅଶରଫ୍‌ ଗନୀ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ଙ୍କୁ ତାଲିବାନ୍‌ କ୍ଷମା କରିବା ସହ କହିଛି ଯେ, ଇଚ୍ଛା କଲେ ସେ ଦୁହେଁ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ।

‘ଜିଓ ନିଉଜ୍‌’ ସହ ହୋଇଥିବା ସ୍ବତନ୍ତ୍ର ସାକ୍ଷାତ୍‌କାରରେ ବରିଷ୍ଠ ତାଲିବାନ୍ ନେତା ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି, ଗନୀ, ସାଲେହ୍‌ ଏବଂ ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ହମଦୁଲ୍ଲା ମୋହିବ୍‌ ଏବଂ ତାଲିବାନ ସଙ୍ଗଠନ ମଧ୍ୟରେ କୌଣସି ଶତ୍ରୁତା ନାହିଁ।

ସେ କହିଛନ୍ତି, ଆମେ ଅଶରଫ୍‌ ଗନୀ, ଅମରୁଲ୍ଲା ସାଲେହ୍‌ ଏବଂ ହମଦୁଲ୍ଲା ମୋହିବ୍‌ଙ୍କୁ କ୍ଷମା କରିଛୁ। ତାଲିବାନ ଏବଂ ସେ ତିନିଜଣଙ୍କ ମଧ୍ୟରେ ଥିବା ଶତ୍ରୁତା ଥିଲା ଧର୍ମଭିତ୍ତିକ। ଆମ ବିପକ୍ଷରେ ଲଢ଼ିଥିବା ଜେନେରାଲ୍‌ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ; ଆମ ତରଫରୁ ଆମେ ସମସ୍ତଙ୍କୁ କ୍ଷମା କରି ଦେଇଛୁ।

ଦେଶ ଛାଡ଼ି ଚାଲିଯାଉଥିବା ଜନତାଙ୍କୁ ସେ ଭଳି ନ କରିବା ଲାଗି ହକ୍କାନୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଲିବାନ୍‌ ସେମାନଙ୍କ ଉପରେ ପ୍ରତିଶୋଧ ନେବେ ବୋଲି ‘ଶତ୍ରୁ’ମାନେହିଁ ପ୍ରଚାର ଚଳାଇଛନ୍ତି। ତାଜିକ୍‌, ବାଲୋଚ୍, ହାଜାର୍‌ ଏବଂ ପାଶ୍‌ତୁନ୍ ସମସ୍ତେ ଆମର ଭାଇ।

ସେ ପୁଣି ମଧ୍ୟ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ତାଲିବାନ ଯୁଦ୍ଧ କରି ନ ଥାନ୍ତା। ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ମାତୃଭୂମି ଉପରେ ଆକ୍ରମଣ କରି ତା’ର ସଂସ୍କୃତି, ଧର୍ମ ଓ ଦେଶ ବିପକ୍ଷରେ ସଂଗ୍ରାମ କରିବାରୁ ତାଲିବାନ୍‌ ଅସ୍ତ୍ର ଧରିଲେ।

Latest Posts

Don't Miss