କରୋନାରେ ମାନନ୍ତୁ ABCD ନିୟମ

1 min read

ନୂଆଦିଲ୍ଲୀ:  ସାରା ବିଶ୍ୱରେ ଏବେ ମଧ୍ୟ ସକ୍ରିୟ କରୋନ ଭୂତାଣୁ । ଏବେ ଏହାର ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସି ଲୋକଙ୍କ ସହିତ ସରକାରଙ୍କର ମଧ୍ୟ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନରେ ଯେପରି କୌଣସି ଉଡ଼ାଖବର  ଘର ନ କରୁ ସେଥିପାଇଁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅପିଲ ଜାରି କରିଛନ୍ତି ।

କରୋନା ଭାଇରସର ଆଲଫା,ବିଟା,ଗାମା ଓ ଡେଲଟା ଭ୍ୟାରିଆଣ୍ଟକୁ ନେଇ ଉଡ଼ାଖବର ଉପରେ ଧ୍ୟାନ ନ ଦେଇ ମୌଳିକ ପ୍ରୋଟକଲ ଉପରେ ଧ୍ୟାନ ଦେବାକୁ ଲୋକଙ୍କୁ କହିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ  ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ଟ୍ୱିଟ୍‌ ମାଧ୍ୟମରେ  କରୋନା ଭୂତାଣୁର ଆଲଫା,ବିଟା,ଗାମା ଓ ଡେଲଟା ଭାଇରସ ସମ୍ପଦ୍ଧିତ ଉଡ଼ା ଖବରକୁ ବିଶ୍ୱାସ ନ କରି ABCD ନିୟମକୁ ପାଳନ କରିବାକୁ କୁହାଯାଇଛି ।  ତେବେ କ’ଣ ଏହି ABCD, ଯାହାକୁ ଅନୁସରଣ କରିବା ସମସ୍ତଙ୍କ ପାଇଁ ହିତକାରକ ।

Aର ଅର୍ଥ ହେଉଛି ଆଡଭାଇଜ, B ମାନେ ବିଲିଭ୍‌, Cର ଅର୍ଥ ହେଉଛି କ୍ରସ୍‌ ଚେକ୍‌ ଏବଂ Dର ଅର୍ଥ ହେଉଛି Do Not Promote Fear ।  ତେବେ Ministry of Information and Broadcasting  ଏହି ABCDକୁ ଗ୍ରାଫିକ୍ସ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।  ଯାହା କରୋନା ଭୂତାଣୁ ସହିତ ଲଢିବା ପାଇଁ ଲୋକଙ୍କୁ ଖୁବ୍‌ ସାହାଯ୍ୟ କରିବ ।  ଏହା ପୂର୍ବରୁ ୨୪ ଜୁନ୍‌ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଲୋକଙ୍କୁ କରୋନା ଭୂତାଣୁ ସମ୍ପଦ୍ଧିତ ଉଡ଼ାଖବରଠାରୁ ଦୂରେଇ ରହିବାକୁ  ଅପିଲ କରି ସାରିଛନ୍ତି ।  ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ମୂଳପୋଛ ହୋଇନାହିଁ ବରଂ ରୂପ ବଦଳାଉଛି  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଏଥିରୁ ବଞ୍ଚିବା ପାଇଁ  କରୋନା ଭାଇରସ ସମ୍ପଦ୍ଧିତ ସମସ୍ତ ପ୍ରୋଟୋକଲକୁ ମାନି ଭ୍ୟାକ୍ସିନ୍‌ ନେବାପାଇଁ କହିଛନ୍ତି ।

Leave a Reply