କରୋନାରେ ମାନନ୍ତୁ ABCD ନିୟମ
1 min readନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ମଧ୍ୟ ସକ୍ରିୟ କରୋନ ଭୂତାଣୁ । ଏବେ ଏହାର ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସି ଲୋକଙ୍କ ସହିତ ସରକାରଙ୍କର ମଧ୍ୟ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନରେ ଯେପରି କୌଣସି ଉଡ଼ାଖବର ଘର ନ କରୁ ସେଥିପାଇଁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅପିଲ ଜାରି କରିଛନ୍ତି ।
କରୋନା ଭାଇରସର ଆଲଫା,ବିଟା,ଗାମା ଓ ଡେଲଟା ଭ୍ୟାରିଆଣ୍ଟକୁ ନେଇ ଉଡ଼ାଖବର ଉପରେ ଧ୍ୟାନ ନ ଦେଇ ମୌଳିକ ପ୍ରୋଟକଲ ଉପରେ ଧ୍ୟାନ ଦେବାକୁ ଲୋକଙ୍କୁ କହିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ଟ୍ୱିଟ୍ ମାଧ୍ୟମରେ କରୋନା ଭୂତାଣୁର ଆଲଫା,ବିଟା,ଗାମା ଓ ଡେଲଟା ଭାଇରସ ସମ୍ପଦ୍ଧିତ ଉଡ଼ା ଖବରକୁ ବିଶ୍ୱାସ ନ କରି ABCD ନିୟମକୁ ପାଳନ କରିବାକୁ କୁହାଯାଇଛି । ତେବେ କ’ଣ ଏହି ABCD, ଯାହାକୁ ଅନୁସରଣ କରିବା ସମସ୍ତଙ୍କ ପାଇଁ ହିତକାରକ ।
Aର ଅର୍ଥ ହେଉଛି ଆଡଭାଇଜ, B ମାନେ ବିଲିଭ୍, Cର ଅର୍ଥ ହେଉଛି କ୍ରସ୍ ଚେକ୍ ଏବଂ Dର ଅର୍ଥ ହେଉଛି Do Not Promote Fear । ତେବେ Ministry of Information and Broadcasting ଏହି ABCDକୁ ଗ୍ରାଫିକ୍ସ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଯାହା କରୋନା ଭୂତାଣୁ ସହିତ ଲଢିବା ପାଇଁ ଲୋକଙ୍କୁ ଖୁବ୍ ସାହାଯ୍ୟ କରିବ । ଏହା ପୂର୍ବରୁ ୨୪ ଜୁନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ କରୋନା ଭୂତାଣୁ ସମ୍ପଦ୍ଧିତ ଉଡ଼ାଖବରଠାରୁ ଦୂରେଇ ରହିବାକୁ ଅପିଲ କରି ସାରିଛନ୍ତି । ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ମୂଳପୋଛ ହୋଇନାହିଁ ବରଂ ରୂପ ବଦଳାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଏଥିରୁ ବଞ୍ଚିବା ପାଇଁ କରୋନା ଭାଇରସ ସମ୍ପଦ୍ଧିତ ସମସ୍ତ ପ୍ରୋଟୋକଲକୁ ମାନି ଭ୍ୟାକ୍ସିନ୍ ନେବାପାଇଁ କହିଛନ୍ତି ।