spot_img

Latest Posts

ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ, ପୁରସ୍କାର ଜିତନ୍ତୁ

ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ, ପୁରସ୍କାର ଜିତନ୍ତୁ । ସ୍କୁଲସ୍ତରରେ ସଚେତନ ହେଲେ, ଆଗକୁ ଏଡ଼ାଇ ହେବ ବଡ଼ ଦୁର୍ଘଟଣା। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବରର ଦୁଇଟି ସ୍କୁଲରେ ଆରମ୍ଭ ହୋଇଛି ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ରେଟିଂ। ଏହି ଦୁଇଟି ସ୍କୁଲ ହେଉଛି ୟୁନିଟ୍-୩ ଅଞ୍ଚଳର କ୍ୟାପିଟାଲ ହାଇସ୍କୁଲ ଓ ୟୁନିଟ-୩ ଅଞ୍ଚଳର ଭାବଗ୍ରାହୀ ଦୃଷ୍ଟିବାଧିତ ସ୍କୁଲ। ଯେଉଁ ସ୍କୁଲ ସଡ଼କ ସୁରକ୍ଷା ନିୟମ ପାଳନକୁ ପ୍ରାଧାନ୍ୟ ଦେଉଥିବେ, ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଦିଗରେ ସଚେତନ କରାଉଥିବେ, ସେହି ଆଧାରରେ ତାଙ୍କୁ ଷ୍ଟାର ବା ମାର୍କ ମିଳିବା ସହ ସମ୍ମାନିତ କରାଯିବ। ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପ୍ରାଥମିକତା ଦେଇଛି ପରିବହନ ବିଭାଗ।

ସ୍କୁଲ ଜୋନ୍ ନିକଟରେ ସଡ଼କ ସୁରକ୍ଷା ମାନଦଣ୍ଡର ଅନୁପାଳନ ସୁନିଶ୍ଚିତ କରି ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । କ୍ୟାପିଟାଲ ହାଇସ୍କୁଲ ରାଜଧାନୀର ଏକ ମୁଖ୍ୟ ଓ ବ୍ୟସ୍ତବହୁଳ ରାସ୍ତାରେ ଅଛି। ଅନେକ ପିଲା ଯିବା ଆସିବା କରୁଥିବା ବେଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଆରମ୍ଭ ପୂର୍ବରୁ ଓ ଶେଷ ହେବା ପରେ ଜଣେ ଶିକ୍ଷକ ପିଲାଙ୍କ ସୁରକ୍ଷା ପାଇଁ ମୁଖ୍ୟ ଗେଟ୍ ନିକଟରେ ରହୁଛନ୍ତି। ପିଲାମାନେ ରାସ୍ତାରେ କିଭଳି ଯିବା ଆସିବା କରିବେ, ସେନେଇ ସବୁବେଳେ ସଚେତନ କରାଯାଉଛି।

ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା ପରି ଶିକ୍ଷା ସ୍କୁଲରେ ଦିଆଯାଉଛି। ଯଦି କୌଣସି ଲୋକ ଦୁର୍ଘଟଣାର ଶିକାର ହୁଏ, ତାଙ୍କୁ କିଭଳି ଭାବେ ହସ୍ପିଟାଲକୁ ନିଆଯିବ, ସେନେଇ ମଧ୍ୟ ସଚେତନ କରାଯାଉଛି। ସେହିପରି ସ୍କୁଲ ଆଗରେ ଧୀରେ ଗାଡ଼ି ଚଳନାକୁ ନେଇ ସୂଚନା ଓ ଚିତ୍ର ମଧ୍ୟରେ ଦର୍ଶାଯାଉଛି। ଯାହାଦ୍ବାରା ଦର୍ଘଟଣାରୁ ତ୍ରାହି ମିଳିପାରିବ। ଗୋଟାଏ ପଟେ ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ରେଟିଂ ଆରମ୍ଭ କରିଛନ୍ତି ସରକାର । ସେପଟେ ବିପଦସଙ୍କୁଳ ଭାବେ ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ । ବସ ଓ ଅଟୋ ଓଭରଲୋଡିଂ ହେଉଛି । ସିଟ୍ କ୍ଷମତା ଠାରୁ ଅଧିକ ପିଲା ଜାକିଜୁକି ହୋଇ ସ୍କୁଲ ଆସୁଛନ୍ତି। ତେଣୁ ଏସବୁକୁ ବି ବିଚାରକୁ ନେଇ ଚେକିଂକୁ ଜୋରଦାର କରିବାର ଆବଶ୍ୟକତା ରହିଛି।

Latest Posts

Don't Miss